ଅଚାନକ ବଢିବାରେ ଲାଗିଛି କୋଭିଡ ସଙ୍କ୍ରମିତଙ୍କ ସଂଖ୍ୟା । ଗତ ୨୪ ଘଣ୍ଟାରେ ଦେଶରେ ୧୩ ହଜାର ୧୯୩ ନୂଆ କେସ୍ ସାମ୍ନାକୁ ଆସିଛି । ଜାନୁଆରୀ ୩୧ ପରଠାରୁ ଏହା ସର୍ବାଧିକ ସଂଖ୍ୟା । କେରଳ ଏବଂ ମହାରାଷ୍ଟ୍ରରେ ୭୫ ପ୍ରତିଶତ ନୂଆ ମାମଲା ଚିହ୍ନଟ ହୋଇଛି । କରୋନା ମହାମାରୀ ଏବେ ମହାରାଷ୍ଟ୍ର ଭଳି ବିଭିନ୍ନ ରାଜ୍ୟରେ ଲେଉଟିବା ଆରମ୍ଭ କରିଛି । ଜନସାଧାରଣ ସଚେତନ ଅଭାବ ଏବଂ ପ୍ରଶାସନିକ ଅଧିକାରୀଙ୍କ କୋହଳ ମନୋଭାବ ଯୋଗୁଁ ପରିସ୍ଥିତି ଏଭଳି ସୃଷ୍ଟି ହୋଇଛି । ଓଡିଶାରେ ମଧ୍ୟ କରୋନା କଟକଣା କୋହଳ ହେଉଥିବା ପରିଲକ୍ଷିତ ହେଉଛି । ରାଜ୍ୟରେ ପୁଣି ମହାମାରୀ ବ୍ୟାପିବାର ଆଶଙ୍କା ରହିଛି । ଏହାକୁ ଦୃଷ୍ଟିରେ ରଖି ସବୁ ଜିଲ୍ଲାପାଳ ଏବଂ ମହାନଗର ନିଗମ କମିଶନଙ୍କ ସହ ସବୁ ସ୍ୱାସ୍ଥ୍ୟ ଅଧିକାରୀଙ୍କୁ ସରକାରଙ୍କ ପକ୍ଷରୁ ତାଗିଦ୍ କରାଯାଇଛି । ସ୍ୱାସ୍ଥ୍ୟବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ କୁମାର ମହାପାତ୍ର ସବୁ ଜିଲ୍ଲାପାଳ ମହାନଗର ନିଗମ କମିଶନଙ୍କୁ ଚିଠି ଲେଖି ଦର୍ଶାଇଛନ୍ତି । ଯେ କୌଣସି ପରିସ୍ଥିତିରେ ରାଜ୍ୟରେ କୋଭିଡ ଗାଇଡ ଲାଇନ ଉଲଘଂନ ହେବାକୁ ଦିଆଯିବନାହିଁ । ଆବଶ୍ୟକ ସଂଖ୍ୟକ ନମୂନା ପରୀକ୍ଷା କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଜନଗହଳି ସ୍ଥାନରେ କରୋନା କଟକଣା ପାଳନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।

LEAVE A REPLY

Please enter your comment!
Please enter your name here