ଡାକ୍ତର ନାଗା ସାଧୁଙ୍କୁ ନେଇ ସୋସିଆଲ ମିଡିଆରେ ବେଶ୍ ଚର୍ଚ୍ଚା । ସତରେ କଣ ଏହି ବାବା ବଡ ବଡ ରୋଗକୁ ଭଲ କରୁଛନ୍ତି । ସତ ଜାଣିବାକୁ ଆମେ ପହଁଞ୍ଚିଥିଲୁ ଖଣ୍ଡଗିରି କୁମ୍ଭମେଳା । ଦିବ୍ୟ ଦୃଷ୍ଟିରେ ବାବା ଦେଉଛନ୍ତି ଔଷଧ । ଖଣ୍ଡଗିରିରେ ଡାକ୍ତର ବାବାଙ୍କ ପାଖରେ ଲାଗିଛି ଲୋକଙ୍କ ଲମ୍ବା ଲାଇନ୍ । କ୍ୟାନ୍ସରଠୁ ଡାଇବେଟିସ୍‌, ପାରାଲିସିଠୁ ଦୃଷ୍ଟି ଶକ୍ତି । ଯେ କୌଣସି ରୋଗ ହେଉ ନା କାହିଁକି ଔଷଧ ଦେଉଛନ୍ତି କାଶୀର ବାବା ମହନ୍ତ ମୋହନ ଗିରି । ତନ୍ତ୍ରମନ୍ତ୍ର ନୁହେଁ ଦିବ୍ୟଦୃଷ୍ଟିରେ ରୋଗ ଦେଖି ଦେଉଛନ୍ତି ଔଷଧ । ଆଉ କିଛି ରୋଗୀଙ୍କୁ ପ୍ରେସକ୍ରିପସନ ବି ଧରାଉଛନ୍ତି । ଖଣ୍ଡଗିରୀ କୁମ୍ଭମେଳାକୁ ଆସୁଥିବା ଶହ ଶହ ଲୋକ ଏହି ଡାକ୍ତର ନାଗାସାଧୁଙ୍କ ପାଖରେ ଭିଡ ଜମାଉଛନ୍ତି । ସେ ଦାବି କରିଛନ୍ତି ଗୁରୁଙ୍କ କୃପାରୁ ସବୁ ରୋଗର ସମାଧାନ ହୋଇପାରୁଛି । ନାଗାସାଧୁ ଜଣେ ଉଚ୍ଚ ଶିକ୍ଷିତ ବ୍ୟକ୍ତି । ଆର‌୍ୟୁବେଦିକ ଚିକିତ୍ସାରେ ବାବା ଶିକ୍ଷା ହାସଲ କରିଛନ୍ତି । ଆର‌୍ୟୂବେଦରେ ସ୍ନାତକ କରିଥିବା ଏହି ବାବା ମାଗଣାରେ ଲୋକଙ୍କର ଚିକିତ୍ସା କରୁଛନ୍ତି । ମାଘ ସପ୍ତମୀରୁ ଖଣ୍ଡଗିରୀରେ ଆରମ୍ଭ ହୋଇଛି କୂମ୍ଭମେଳା । ମେଳାରେ ଲୋକେ ବୁଲିବା ସହ ବିଭିନ୍ନ ବାବାଙ୍କ ଦର୍ଶନ କରୁଛନ୍ତି । ମନ୍ତ୍ର ଉଚ୍ଚାରଣ , ଖଞ୍ଜଣୀ ସହ ପୂଜା ପାଠରେ କମ୍ପୁଛି ପରିବେଶ । ଆସନ୍ତା ୨୭ ତାରିଖ ପର୍ଯ୍ୟନ୍ତ ଖଣ୍ଡଗିରୀ ମେଳା ଚାଲିବ ।

LEAVE A REPLY

Please enter your comment!
Please enter your name here