ନୂଆ ରୂପରେ କାୟା ମେଲାଉଛି କରୋନା । ସାରା ଦେଶରେ ଯେଉଁଭଳି ଭାବରେ କରୋନାର ସଙ୍କ୍ରମଣ ବଢିଚାଲିଛି । ଏହାକୁ ନେଇ ସତର୍କ ହେବାର ବେଳ ଆସିଛି । ଯଦିଓ ଆମ ରାଜ୍ୟରେ କରୋନା ସଙ୍କ୍ରମଣ ନିୟନ୍ତ୍ରଣରେ ରହିଛି ତଥାପି ସତର୍କ ନହେଲେ ପରିସ୍ଥିତି ବିଗିଡିଯିବାର ଆଶଙ୍କା ରହିଛି । ଏଥିପାଇଁ ସ୍ୱାସ୍ଥ୍ୟବିଭାଗ ପକ୍ଷରୁ ନୂଆ ଗାଇଡଲାଇନ୍ ଜାରି ହୋଇଛି । ରାଜ୍ୟ ସରକାରଙ୍କ ପକ୍ଷରୁ ନୂଆ ରୂପରେ କରୋନା ଏବଂ ଆମ ସତର୍କତା ନାଁରେ ଏକ ନିର୍ଦ୍ଦେଶାବଳୀ ଜାରି ହୋଇଛି । ଏଥିରେ କୁହାଯାଇଛି କେରଳ, ମହାରାଷ୍ଟ୍ର , ଛତିଶଗଡ, ମଧ୍ୟପ୍ରଦେଶ, ପଞ୍ଜାବ ଏବଂ ହରିୟାଣାରେ କରୋନା ଉପରମୁହାଁ ହେବା ପରେ ଅଧିକ ସତର୍କ ହୋଇଛନ୍ତି ରାଜ୍ୟ ସରକାର । ଏଥିପାଇଁ ଜାରି ନିର୍ଦ୍ଦେଶାବଳୀରେ କେତେକ ସତର୍କତା ନେଇ ପରାମର୍ଶ ବି ଦିଆଯାଇଛି ।
କରୋନା ନୂଆ ରୂପର ନୂଆ ଲକ୍ଷଣ
ଦେହ, ହାତ ଅବଶ ଲାଗିବା । ଭୋକ ନହେବା, ମୁଣ୍ଡ ବିନ୍ଧା, ଦେହ ହାତ ସାମାନ୍ୟରୁ ମଧ୍ୟମ ଘୋଳାବିନ୍ଧା ହେବା ।ନୂଆ କରି ଚର୍ମ ରୋଗ ଦେଖାଯିବା ମଧ୍ୟ ଏକ ଲକ୍ଷଣ ବୋଲି କୁହାଯାଉଛି । ଏହାରି ଭିତରେ ଚର୍ମ କୁଣ୍ଡାଇ ହୋଇ ନାଲି କିମ୍ବା ନୀଳ ପଡିବା ମଧ୍ୟ ଏକ ଲକ୍ଷଣ ହୋଇପାରେ । ଗଳା ଦରଜ ଏବଂ ନାକ ଚୁଂଟି ହେବା ମଧ୍ୟ ଏହି ନୂଆ ଷ୍ଟ୍ରେନର ନୂଆ ଲକ୍ଷଣ ବୋଲି କୁହାଯାଉଛି । ସାମାନ୍ୟ କାଶ ହେବା ସହ ଛାତିରେ ଯନ୍ତ୍ରଣା ମଧ୍ୟ ହୋଇପାରେ
ସତର୍କତା କାହିଁକି ଆବଶ୍ୟକ
କରୋନାର ଏହି ନୂଆ ରୂପ ଅଧିକ ସଙ୍କ୍ରାମକ । ଶୁଖିଲା ବସ୍ତୁ ଉପରେ ୮ଦିନ ଏହା ସକ୍ରିୟ ରହିପାରେ । ପୂର୍ବଅପେକ୍ଷା ଅଧିକ ସହଜରେ ଦେହ ଭିତରେ ପ୍ରବେଶ କରିପାରେ । କେତେକ ନୂଆ ପ୍ରଜାତି ଅଧିକ ଭୟଙ୍କର ଏବଂ ନିୟନ୍ତ୍ରଣ କରିବା ବେଶ୍ କଷ୍ଟ । ବ୍ରିଟେନ , ବ୍ରାଜିଲ, ଦକ୍ଷିଣ ଆଫ୍ରିକା ଭୂିାଣୁ ଆମ ଦେଶରେ ଚିହ୍ନଟ ହୋଇ ସାରିଛନ୍ତି ।
କି ପ୍ରକାର ସତର୍କତା ଆମେ ଗ୍ରହଣ କରିବା
ମୌଳିକ କୋଭିଡ ନିରୋଧୀ ଆଚରଣ ଗ୍ରହଣ କରିବା । ଠିକ୍ ଭାବରେ ହାତ ଧୋଇବା ଏବଂ ମାସ୍କ ପିନ୍ଧିବା । ଶାରୀରିକ ଦୂରତା ରଖିବା । ଯେଉଁମାନେ ନିୟମ ପାଳନ କରୁନାହାଁନ୍ତି ସେମାନଙ୍କୁ ବୁଝାଇବା । ସରକାରଙ୍କ ନିୟମ ଅନୁସାରେ , ସମୟ ଆସିଲେ କରୋନା ଟିକା ନେବା । ଜନ ସମାଗମ ଠାରୁ ନିଜକୁ ଯଥା ସମ୍ଭବ ଦୂରେଇ ରଖିବା ।

LEAVE A REPLY

Please enter your comment!
Please enter your name here