‘ମନ୍ କି ବାତ୍’ ରେ ରକ୍ଷା ବନ୍ଧନ ଶୁଭେଚ୍ଛାଠୁ ଆରମ୍ଭ କରି କେରଳ ବନ୍ୟା ପୀଡିତଙ୍କ ପ୍ରତି ସମବେଦନା, ଏକକ ନିର୍ବାଚନ, ଶିକ୍ଷକ ଦିବସ ଅବସରରେ ଶିକ୍ଷକମାନଙ୍କୁ ଶୁଭେଚ୍ଛା ଜଣାଇବା ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ସ୍ମୃତି ଚାରଣ କରିଛନ୍ତି. ମନ୍ କୀ ବାତ୍ ର 47ତମ ସଂସ୍କରଣରେ ମୋଦି ପ୍ରଥମେ ଦେଶବାସୀଙ୍କୁ ରକ୍ଷା ବନ୍ଧନର ଶୁଭେଚ୍ଛା ଜଣାଇବା ସହ ସାରା ଦେଶ ରକ୍ଷା ବନ୍ଧନକୁ ବେଶ ଆନନ୍ଦର ସହ ପାଳନ କରୁଛି ଏବଂ ଏହି ପର୍ବକୁ ସବୁ ଭାଇ ଓ ଭଉଣୀ ମାନଙ୍କ ପାଇଁ ପ୍ରେମ ଓ ବିଶ୍ୱାସର ପ୍ରତୀକ ବୋଲି ମନେ ପକାଇ ଦେଇଛନ୍ତି. କେରଳରେ ଘଟିଥିବା ଦୁର୍ବିପାକ ପୀଡିତଙ୍କ ପ୍ରତି ଗଭୀର ସମବେଦନା ଜଣାଇବା ସହ ବନ୍ୟାରେ ଲୋକମାନଙ୍କୁ ଉଦ୍ଧାର କରିଥିବା ଜବାନଙ୍କ ପ୍ରଶଂସା କରିଛନ୍ତି.  ସେହପରି ବାଜପେୟୀଙ୍କ ସ୍ମୃତି ଚାରଣ କରି ମୋଦୀ କହିଛନ୍ତି, ସେ ଜଣେ ଏପରି ରାଷ୍ଟ୍ରନେତା ଥିଲେ ଯିଏ ଭାରତୀୟ ରାଜନୀତିକ ସଂସ୍କୃତିରେ ପରିବର୍ତ୍ତନ ଆଣିବାରେ ସଫଳ ହୋଇଥିଲେ. ସମଗ୍ର ଦେଶ ଆଜି ବାଜପେୟୀଙ୍କୁ ମନେ ପକାଉଛି. ତିନ୍ ତଲାକ୍ ପ୍ରସଙ୍ଗରେ ମୋଦୀ ମୁସଲିମ ମହିଳାଙ୍କୁ ନ୍ୟାୟ ଦେବା ପାଇଁ ସାରାଦେଶ ତାଙ୍କ ସହ ଛିଡାହେବ ବୋଲି ଦମ୍ଭୋକ୍ତି ପ୍ରକାଶ କରିଛନ୍ତି.

LEAVE A REPLY

Please enter your comment!
Please enter your name here