ଭାରତରେ ସବୁ କିଛି ସମ୍ଭବ. ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ, ପଶୁ, ପକ୍ଷୀଙ୍କ ନାଁରେ ଭୋଟ ପରିଚୟ ପତ୍ର ବାହାରିଛି. ଏଭଳି ଘଟଣା ଘଟିଛି ଉତ୍ତର ପ୍ରଦେଶରେ. ଉତ୍ତରପ୍ରଦେଶର ବଳିଆ ନଗର ଭୋଟର ତାଲିକାରେ ଏଭଳି ଆଶ୍ଚର୍ଯ୍ୟକର କଥା ଦେଖିବାକୁ ମିଳିଛି. ଯଦିଓ ଅଭିନେତ୍ରୀ ସନ୍ନୀ ଲିଓନୀ ମୁମ୍ବାଇରେ ରୁହନ୍ତି, ହେଲେ ତାଙ୍କ ପରିଚୟପତ୍ର ବି ବଳିଆନଗର ତାଲିକାରୁ ବାହାରିଛି. କେବଳ ସନ୍ନୀ ନୁହଁନ୍ତି, ହାତୀ, ହରିଣ ଓ ପାରାଙ୍କ ଫଟୋ ମଧ୍ୟ ଭୋଟର ତାଲିକାରେ ସ୍ଥାନ ପାଇଛି. ଆଗକୁ ହେବାକୁ ଥିବା ଲୋକସଭା ନିର୍ବାଚନ ପାଇଁ ପ୍ରସ୍ତୁତ କରାଯାଉଥିବା ମତଦାତା ସୂଚୀରେ ଏଭଳି ଭୁଲ ସାମ୍ନାକୁ ଆସିଛି. ଉପ-ଜିଲ୍ଲା ଅଧିକାରୀ ମନୋଜ କୁମାର ସିଂଘଲ କହିଛନ୍ତି, ଡାଟା ଅପରେଟର ବିଷ୍ଣୁ ବର୍ମା ତାଙ୍କ ବଦଳି ଆଦେଶକୁ ନେଇ ଅସନ୍ତୁଷ୍ଟ ଥିଲେ. ସେଥିପାଇଁ ସେ ବଳିଆ ନଗରର ଭୋଟର ତାଲିକାରେ ସାତ ଜଣଙ୍କ ନାମକୁ ଏଭଳି ଭୁଲ କରିଛନ୍ତି.

LEAVE A REPLY

Please enter your comment!
Please enter your name here