ଏବେ କରୋନା ତାର ଉଗ୍ରରୂପ ଦେଖାଉଛି । ପଜିଟିଭ୍ ସଂଖ୍ୟା ଯେତିକି ବଢୁଛି ମୃତ୍ୟୁ ସଂଖ୍ୟାରେ ମଧ୍ୟ ବ୍ରେକ୍ ଲାଗୁନି । ଦେଶବ୍ୟାପୀ କରୋନା ସଙ୍କ୍ରମିତଙ୍କ ସଂଖ୍ୟା ବୃଦ୍ଧି ଏକ ପ୍ରକାରର ଆତଙ୍କ ସୃଷ୍ଟି କରିଥିବାବେଳେ ସାମ୍ନାକୁ ଆସିଛି କରୋନାର କରୁଣ ଚିତ୍ର । ଶ୍ମଶାନ ଅଛି ହେଲେ ଶବ ଦାହ ପାଇଁ ସ୍ଥାନର ଅଭାବ । ଦାହ ଅପେକ୍ଷାରେ ରହିଛି ମାଳ ମାଳ ଶବ । ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ପାଟନାର ସବୁଠାରୁ ବଡ ଶ୍ମଶାନରେ । ଶ୍ମଶାନରେ ଶବର ଲମ୍ବା ଲାଇନ୍ । ଶବ ଦାହ ପାଇଁ ବନ୍ଧୁ ପରିଜନ ମଧ୍ୟ ଅନେଇ ବସିଛନ୍ତି । ଘଣ୍ଟା ଘଣ୍ଟା ଧରି ଅପେକ୍ଷା କଲେ ମଧ୍ୟ ଜାଗା ମିଳୁନି ଶବ ଦାହ ପାଇଁ । ନିଜର ଆତ୍ମୀୟଙ୍କୁ ହରାଇ ଦୁଃଖରେ ଥିବାବେଳେ ଶବକୁ ଧରି ଘଣ୍ଟା ଘଣ୍ଟା ଧରି ଅପେକ୍ଷାରେ ରହିବା ଲୋକଙ୍କ ପାଇଁ ଏକ ପ୍ରକାର ଯନ୍ତ୍ରଣା ପାଲିଟିଛି । ଖାଲି ପାଟଣା କାହିଁକି ଭାରତର ଏକାଧିକ ସ୍ଥାନରେ ଏଭଳି ଦୃଶ୍ୟ ସାମ୍ନାକୁ ଆସୁଛି । ଯଦିଓ କୋଭିଡରେ ମୃତ୍ୟୁସଂଖ୍ୟା ପୂର୍ବଅପେକ୍ଷା କମ୍ ଥିଲା ତଥାପି ଗତ ଏପ୍ରିଲ ୪ ତାରିଖ ପରଠାରୁ ହୁହୁ ହୋଇ ବଢୁଛି କୋଭିଡ ମୃତ୍ୟୁ ସଂଖ୍ୟା । ଗୋଟିଏ ଦିନରେ ଶହ ଶହ ଶବ ଦାହ କରାଯାଉଥିବା ଦେଖିବାକୁ ମିଳୁଛି ।

LEAVE A REPLY

Please enter your comment!
Please enter your name here