ଏସପ୍ଲାନେଡ ମଲରେ ଟିକାଦାନ । ୪୫ ବର୍ଷରୁ ଉର୍ଦ୍ଧ୍ୱ ଲୋକଙ୍କୁ ଦ୍ୱିତୀୟ ଡୋଜ ଦେବାପାଇଁ ଏସପ୍ଲାନେଡ ମଲ ପାର୍କିଂରେ ଟିକା ବ୍ୟବସ୍ଥା କରିଛି ବିଏମସି । ଆଜିଠୁ ଟିକା ଦେବାକୁ ସ୍ଲଟ ଆବଣ୍ଟନ ହୋଇଛି । ଆଜି ଟିକା ନେବା ପାଇଁ ମଲ ପାଖରେ ରାଜନଧାନୀବାସୀଙ୍କ ଭିଡ ଜମିଛି । ଦିନକୁ ୪୦୦ ଲୋକଙ୍କୁ ଟିକା ଦିଆଯିବ । ଯେଉଁମାନେ କାରରେ ଯାଉଛନ୍ତି ଟିକା ପାଇଁ । ସେମାନଙ୍କୁ କାରରେ ହିଁ ଟିକା ଦିଆଯାଉଛି । ଲୋକେ ଲାଇନରେ ଆସି ଟିକା ନେଇ ଯାଉଥିବା ଦେଖିବାକୁ ମିିଳିଛି । ଯାହାର ସ୍ଲଟ ବୁକିଂ ହେଉଛି ତାକୁ ମେସେଜ ଯାଉଛି । ଯେଉଁମାନଙ୍କ ସ୍ଲଟ ଆବଂଟନ ହୋଇଥିବ, ସେମାନଙ୍କୁ ମଲ ପାର୍କିଂ ଅଞ୍ଚଳକୁ ଛଡାଯିବ ଏବଂ ସେମାନେ ଦ୍ୱିତୀୟ ଡୋଜ ଟିକା ନେଇପାରିବେ । ତେବେ ବିଏମସିର ଏହି ପଦକ୍ଷେପ ରାଜ୍ୟରେ ଟିକାକରଣକୁ ଆଗକୁ ନେବ ବୋଲି ଆଶା କରାଯାଉଛି

LEAVE A REPLY

Please enter your comment!
Please enter your name here