କରୋନା ସଙ୍କ୍ରମଣରେ ଆଜି ପୁଣି ଯାଇଛି ୧୯ ଜଣଙ୍କ ଜୀବନ । ଅନୁଗୁଳ ଜିଲ୍ଲାରୁ ସର୍ବାଧିକ ୩ ଜଣ କରୋନା ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଛି । ପୁରୀ ଓ ସୁନ୍ଦରଗଡ ଜିଲ୍ଲାରୁ ୨ ଲେଖାଏଁ ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଛି । ବାଲେଶ୍ୱର, ବରଗଡ, ବଲାଙ୍ଗୀର, ବୌଦ୍ଧ, ଗଞ୍ଜାମ, କନ୍ଧମାଳ, ଜଗତସିଂହପୁର , ଖୋର୍ଦ୍ଧା, ମାଲକାନଗିରି, ନୂଆପଡା, ରାୟଗଡା, ସମ୍ବଲପୁର ଜିଲ୍ଲାରୁ ମଧ୍ୟ ଜଣେ ଲେଖାଏଁ କରୋନାରେ ଆଖି ବୁଜିଛନ୍ତି । ରାଜ୍ୟରେ କରୋନାଜନିତ ମୃତ୍ୟୁସଂଖ୍ୟା ୨୨୫୧କୁ ବୃଦ୍ଧି ପାଇଛି । ଦିନକର ବ୍ୟବଧାନ ପରେ ପୁଣି ମୃତ୍ୟୁ ସଂଖ୍ୟା ବଢିଛି । ଏହାସହ ରାଜ୍ୟରେ ପୁଣି ୧୦ ହଜାର ଉପରେ ଚିହ୍ନଟ ହୋଇଛନ୍ତି କରୋନା ଆକ୍ରାନ୍ତ । ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୧୦୬୪୯ ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧୫୫୭ ଚିହ୍ନଟ ହୋଇଥିବାବେଳେ କଟକ ଦ୍ୱିତୀୟ ରେ ରହିଛି । କଟକ ଜିଲ୍ଲାରୁ ୯୩୦ ନୂଆ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ସୁନ୍ଦରଗଡ ଜିଲ୍ଲାରୁ ୭୭୪ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିପରି ଅନୁଗୁଳ-୫୫୭, ସମ୍ବଲପୁର-୪୯୪, ମୟୂରଭଞ୍ଜ-୪୦୪, ବରଗଡ-୩୯୧, ଝାରସୁଗୁଡ-୩୬୮, ନୟାଗଡ-୩୫୭, ପୁରୀ-୩୩୫, ନୂଆପଡା-୩୩୧ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଷ୍ଟେଟପୁଲରୁ ୨୭୬ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଦିନକରେ ୫୧ ହଜାର ୪୫୧ଟି ନମୂନା ପରୀକ୍ଷଣ ହୋଇଛି । ଏହାସହ ୧ ଲକ୍ଷ ପାର୍ କରିଛି ରାଜ୍ୟରେ ଆକ୍ଟିଭ୍ କେସ୍ ।

LEAVE A REPLY

Please enter your comment!
Please enter your name here