କଟକରେ ଆରମ୍ଭ ହୋଇଛି ବିଜୁ ଯୁବ ବାହିନୀ ଅନ୍ତର୍ଗତ ସ୍ୱତନ୍ତ୍ର ଅଭିଯାନ ‘ମୁଁ ହିରୋ… ମୁଁ ଓଡିଶା’ କ୍ୟାମ୍ପେନ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୋମବାର ଦିନ ଏହାର ଶୁଭାରମ୍ଭ କରଥିଲେ । ଏହି କ୍ୟାମ୍ପେନ ଅନ୍ତର୍ଗତ ରାଜ୍ୟର ବିଭିନ୍ନ ଲୁକ୍କାୟିତ ପ୍ରତିଭାଙ୍କୁ ଚିହ୍ନଟ କରାଯାଇ ରାଜ୍ୟ ଏବଂ ଜିଲ୍ଲା ସ୍ତରୀୟ ଯୁବ ସମାବେଶରେ ପୁରସ୍କୃତ କରାଯିବ ।

ଆସନ୍ତା ଦୁଇ ମାସ ପର୍ଯ୍ୟନ୍ତ ଗାଁ କୁ ଗାଁ ବୁଲିବ ଏକ ଭ୍ରାମ୍ୟମାଣ ଗାଡ଼ି । 15 ରୁ 35 ବର୍ଷ ପର୍ଯ୍ୟନ୍ତ ଯେଉଁମାନେ ନିଜ ନିଜ ଅଞ୍ଚଳ ପାଇଁ ଭଲ କାମ କରିବା ସହ ସେଠାକାର ଲୋକଙ୍କ ସୁବିଧା ଅସୁବିଧାରେ ଠିଆ ହୋଇଛନ୍ତି ସେମାନଙ୍କଠାରୁ ଦରଖାସ୍ତ ଗ୍ରହଣ କରାଯିବ । ସେମାନଙ୍କୁ ସ୍ଥାନୀୟ ହିରୋ ଭାବେ ଚୟନ କରାଯିବା ସହ ପୁରସ୍କୃତ କରାଯିବ ।

ଅନ୍ୟପଟେ ବିଜେଡିର ଏହି କାର୍ଯ୍ୟକ୍ରମକୁ ବିରୋଧୀ କରିଛନ୍ତି ସମାଲୋଚନା । ଏହାକୁ ନେଇ ସରକାରଙ୍କୁ ଟାର୍ଗେଟ କରିଛନ୍ତି ଉଭୟ କଂଗ୍ରେସ ଓ ବିଜେପି।

ରାଜ୍ୟରେ ଲକ୍ଷ ଲକ୍ଷ ଯୁବକ କାମ ନ ପାଇ ଦିଗହରା ହୋଇଯାଉଛନ୍ତି, ତେଣୁ ସରକାର ପ୍ରଥମେ ଜିରୋଙ୍କୁ ହିରୋ କରନ୍ତୁ ବୋଲି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ କହିଛନ୍ତି। ସେପଟେ ନିର୍ବାଚନ ପ୍ରଚାର ନାଁରେ ଏହା କେବଳ ଏକ ସ୍ଲୋଗାନ ଏବଂ ସରକାରୀ ଖର୍ଚ୍ଚରେ ନିର୍ବାଚନ ପ୍ରଚାର ବୋଲି କହିଛନ୍ତି ବିଜେପି ଉପ-ସଭାପତି  ସମୀର ମହାନ୍ତି।

LEAVE A REPLY

Please enter your comment!
Please enter your name here