ମାନବବାଦୀ ସଂଗଠନ ଏବଂ ତଥାକଥିତ ଗୁରୁଜୀ ନାଁରେ ନିଜକୁ ପରିଚିତ କରାଇ ଚର୍ଚ୍ଚାକୁ ଆସିଥିବା ଆଡଭୋକେଟ ମାନସ ଦାସଙ୍କ ନାଁରେ ଆଉ ଏକ ଏତଲା ରୁଜୁ ହୋଇଛି । ଖୋର୍ଦ୍ଧା ସଦର ଥାନାରେ ମାନସ ଓ ତାଙ୍କ ପୁଅ ମନୋରଂଜନଙ୍କ ନାଁରେ ଏହି ମାମଲା ରୁଜୁ ହୋଇଛି । 2019 ଜୁନରେ ବାପପୁଅ ଫୋନ ଯୋଗେ ତାଙ୍କୁ ହତ୍ୟା ଧମକ ଦେଇଥିବା ଅଭିଯୋଗ କରିବା ସହ ହତ୍ୟା ଧମକର ଅଡିଓ ରେକର୍ଡ ମଧ୍ୟ ଦାଖଲ କରିଥିବା ସୂଚନା ମିଳିଛି । ପୂର୍ବରୁ ସେ ମାନସଙ୍କ ଷ୍ଟେଜ୍ ବଡିଗାର୍ଡ ଥିବା କୁହାଯାଉଛି । ମାନସଙ୍କ ବିରୋଧରେ ଅଭିଯୋଗ ସଂଖ୍ୟା ବଢି ଚାଲିଥିବା ବେଳେ ବିରୋଧୀ ଦଳ ପକ୍ଷରୁ ମାନସଙ୍କ ଗିରଫ ଦାବି କରାଯାଇଛି । ବିଜେଡି ସହ ସଂପର୍କ ଥିବାରୁ ମାନସଙ୍କୁ ଗିରଫ କରାଯାଉନାହିଁ ବୋଲି ବିଜେପି ଆରୋପ ଲଗାଇଛି ।

LEAVE A REPLY

Please enter your comment!
Please enter your name here