ପୌର ନିର୍ବାଚନ ପାଇଁ ନିୟମରେ ସଂଶୋଧନ କରିଛନ୍ତି ସରକାର । ସଂଶୋଧିତ ନିୟମ ଅନୁସାରେ ଏଣିକି ପୌର ନିର୍ବାଚନରେ ପଚାଶ ପ୍ରତିଶତ ସଂରକ୍ଷଣ ରହିବ । ଏସସି, ଏସଟି ଓ ପଛୁଆବର୍ଗ ପ୍ରାର୍ଥୀଙ୍କ ପାଇଁ ଏହି ସଂରକ୍ଷଣ ବ୍ୟବସ୍ଥା ରହିବ । ବିଧାନସଭାରେ ପାରିତ ହୋଇଥିବା ପୌର ନିର୍ବାଚନ ସଂଶୋଧନ ବିଲରେ ଏହି ବ୍ୟବସ୍ଥା ରହିଛି । ପଛୁଆବର୍ଗଙ୍କ ପାଇଁ 27 ପ୍ରତିଶତ ପର୍ଯ୍ୟନ୍ତ ସଂରକ୍ଷଣ ରଖାଯିବ । ତେବେ ସଂରକ୍ଷଣ କ୍ଷେତ୍ରରେ ଏସସି, ଏସଟିଙ୍କୁ ଅଗ୍ରାଧିକାର ଦିଆଯିବ । ଏସସି ଓ ଏସଟିଙ୍କୁ ସଂରକ୍ଷଣ ଦେବା ପରେ ପଛୁଆବର୍ଗଙ୍କ ପାଇଁ ସଂରକ୍ଷଣ ରହିବ । ସଂରକ୍ଷଣ ପଚାଶ ପ୍ରତିଶତ ଅତିକ୍ରମ କରିବ ନାହିଁ ।

ପୌର ନିର୍ବାଚନ ସଂଶୋଧିତ ବିଲ୍ ପାରିତ ହେବା ପରେ ଗତ ତିନିବର୍ଷ ଧରି ହୋଇପାରୁ ନଥିବା ପୌର ନିର୍ବାଚନ ପାଇଁ ସରକାର ସବୁଜ ସଂକେତ ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here