ଟୋକିଓ ଅଲମ୍ପିକ୍ସରେ ଭାରତକୁ ଦେଇଥିବା ଗୋଲ୍ଡ ମେଡାଲ ନିରଜଙ୍କର ଗୋଟିଏ ପରେ ଗୋଟିଏ ସ୍ୱପ୍ନ ପୁରା ହେବାରେ ଲାଗିଛି । ପ୍ରଥମେ ତ ସେ ଭାରତକୁ ସ୍ୱର୍ଣ୍ଣ ପଦକ ଦେଇ ନିଜର ପ୍ରଥମ ସ୍ୱପ୍ନ ପୁରା କରିଥିଲେ । ଆଉ ଏବେ ସେ ନିଜ ପିତା-ମାତାଙ୍କୁ ଫ୍ଲାଇଟ୍ ରେ ବସାଇ ଦ୍ୱିତୀୟ ସ୍ୱପ୍ନ ପୁରା କରିପାରିଛନ୍ତି ବୋଲି ଟୁଇଟ୍ କରି କହିଛନ୍ତି । ନିଜ ମାତାପିତାଙ୍କୁ ଫ୍ଲାଇଟରେ ବସାଇବା ନୀରଜଙ୍କର ସ୍ୱପ୍ନ ଥିଲା। ଏବେ ଭାରତର ଏହି ଟପ୍ ଆଥଲେଟ୍ ତାଙ୍କର ସେହି ସ୍ୱପ୍ନ ପୂରଣ କରିଛନ୍ତି । ଟ୍ୱିଟରରେ ନୀରଜ ଲେଖିଛନ୍ତି, ଆଜି ଜୀବନର ଏକ ସ୍ୱପ୍ନ ପୂରଣ ହୋଇଛି। ମୁଁ ମୋ ମାତାପିତାଙ୍କୁ ପ୍ରଥମଥର ଫ୍ଲାଇଟରେ ବସାଇ ପାରିଛି। ସମସ୍ତଙ୍କୁ ପ୍ରାର୍ଥନା ଓ ଆଶୀର୍ବାଦ ପାଇଁ ସର୍ବଦା ଋଣୀ ହୋଇ ରହିବି।
ନୀରଜ ଟୋକିଓ ଅଲିମ୍ପିକ୍ସରେ ୮୭.୫୯ ମିଟର୍ ଜାଭେଲିନ୍ ଥ୍ରୋ’ କରି ଆଥଲେଟିକ୍ସ ଇତିହାସରେ ଭାରତ ପାଇଁ ପ୍ରଥମ ପଦକ ଜିତିଥିଲେ। ଏହି ଇଭେଣ୍ଟରେ ଭାରତକୁ ସ୍ୱର୍ଣ୍ଣ ପଦକ ଜିତାଇଥିବା ନୀରଜ ଆଜି ଷ୍ଟାର୍ ବନିଯାଇଛନ୍ତି। ତାଙ୍କୁ ସବୁଠି ସମ୍ମାନିତ କରାଯାଉଛି। କ୍ରୀଡ଼ା ଜଗତରେ କମାଲ୍ କରିଥିବା ନୀରଜ ଏବେ ବିଜ୍ଞାପନ ଦୁନିଆରେ ନିଜର ଛାପ ଛାଡ଼ିବାକୁ ପ୍ରସ୍ତୁତ। କୁହାଯାଉଛି ଯେ ନୀରଜ ଏବେ ପ୍ରତି ବିଜ୍ଞାପନ ପାଇଁ ୧ରୁ ୫ କୋଟି ଟଙ୍କାର ପ୍ରାପ୍ୟ ନେଉଛନ୍ତି। ଅଲିମ୍ପିକ୍ସରେ ସ୍ୱର୍ଣ୍ଣ ପଦକ ଜିତିବା ପୂର୍ବରୁ ନୀରଜଙ୍କ ପାଖରେ ବହୁତ କମ୍ ବିଜ୍ଞାପନ ଥିଲା, କିନ୍ତୁ ଏବେ ତାଙ୍କ ପାଖରେ ଅନେକ ବିଜ୍ଞାପନ ରହିଛି।

LEAVE A REPLY

Please enter your comment!
Please enter your name here