ନୀରିହ , ନିଷ୍ପାପ ବାଳକର ମୁଣ୍ଡ ନେଇଗଲା ମୁକୁଳା ଡ୍ରେନ୍ । ଏକମାତ୍ର ପୁଅକୁ ହରାଇ ପୁରା ପରିବାର ଭାଙ୍ଗିପଡିଛନ୍ତି । ଅନ୍ୟପଟେ ୧୯ ଘଣ୍ଟା ପରେ ମିଳିଛି ନିଖୋଜ ଜ୍ୟୋତିପ୍ରକାଶଙ୍କ ମୃତଦେହ । ରାତିସାରା ଖୋଜାଖୋଜି ପରେ ଭୁବନେଶ୍ୱର ପଞ୍ଚସଖା ନଗର ନାଳରୁ ମୃତଦେହକୁ ଉଦ୍ଧାର କରିଛି ଅଗ୍ନିଶମବାହିନୀ । ଏମ୍ସରେ ମୃତଦେହ ଚିହ୍ନଟ କରିଛନ୍ତି ନିକଟ ସମ୍ପର୍କୀୟ । ୩୫ ଜଣ ଉଦ୍ଧାର କାର୍ଯ୍ୟରେ ଲାଗିଥିଲେ । ଗତକାଲି ଅପରାହ୍ନରେ ଭୁବନେଶ୍ୱର ଶତାଦ୍ଦୀନଗର ନିକଟ ରାସ୍ତାକଡ ମୁକୁଳା ଡ୍ରେନରେ ଭାସିଯାଇଥିଲେ ଛାତ୍ର । ଟ୍ୟୁସନ ଯିବା ବାଟରେ ମୁକୁଳା ଡ୍ରେନରେ ପଡି ପ୍ରବଳ ସୁଅରେ ଭାସିଯାଇଥିଲେ ଦଶମ ଶ୍ରେଣୀର ଛାତ୍ର । ମୃତ ଜ୍ୟୋତିପ୍ରକାଶଙ୍କ ପରିବାରକୁ ଚାରିଲକ୍ଷ ଟଙ୍କାର ଅନୁକମ୍ପା ଘୋଷଣା କରିଛନ୍ତି ସରକାର ।

LEAVE A REPLY

Please enter your comment!
Please enter your name here