ନିଜ ବାପା-ମାଙ୍କ ସମେତ ୧୧ ଜଣଙ୍କ ବିରୋଧରେ କେସ୍ କରିଛନ୍ତି ସାଉଥ୍ ସୁପରଷ୍ଟାର ଥାଲାପାଥି ବିଜୟ । ଏହି କେସ କୁ ନେଇ ସେ କୋର୍ଟରେ ପହଁଞ୍ଚିଛନ୍ତି । ଯାହାର ଶୁଣାଣି ସେପ୍ଟେମ୍ବର ୨୭ ତାରିଖରେ ହେବ ବୋଲି ସୁଚନା ମିଳିଛି । ତେବେ କଣ ପାଇଁ ବିଜୟ କେସ୍ ଦାୟର କରିଛନ୍ତି, କଥା ହେଉଛି ବିଜୟଙ୍କ ବାପା ତଥା ଫିଲ୍ମ ନିର୍ଦ୍ଦେଶକ ଏସ୍ ଏ ଚନ୍ଦ୍ରଶେଖର ନିକଟରେ ଏକ ରାଜନୈତିକ ଦଳ ଗଢିଥିଲେ, ଯାହାର ନାଁ ରହିଛି ଅଲ ଇଣ୍ଡିଆ ଥାଲାପାଥି ବିଜୟ ମୁକ୍କଲ ୟାକାମ୍ । ଏହାପରେ ବିଜୟ ରାଜିନୀତିରେ ପାଦ ଦେବେ ବୋଲି ଆଲୋଚନା ହେବାକୁ ଲାଗିଲା । ହେଲେ ଏପରି ଗୁଜବକୁ ଏକ ଗଣମାଧ୍ୟମ ଜରିଆରେ ପ୍ରତ୍ୟାକ୍ଷାନ କରିଥିଲେ । ପାର୍ଟିରେ କୌଣସି ଭାବରେ ବିଜୟଙ୍କୁ ସମ୍ପୃକ୍ତ ନକରିବାକୁ ବିଜୟ ତାଙ୍କ ବାପା, ମା’ଙ୍କୁ ପୂର୍ବରୁ ଚେତାଇ ଦେଇଥିବା ସତ୍ତ୍ୱେ ଏହାର ବ୍ୟତିକ୍ରମ ବିଜୟଙ୍କୁ ବ୍ୟଥିତ କରିଛି । ଦଳର ନାଁ ବିଜୟଙ୍କ ନାଁରେ ହେବା ସହ ତାଙ୍କର ଏକ ଫ୍ୟାନ୍ ଗ୍ରୁପକୁ ଦଳରେ ପ୍ରାର୍ଥୀ କରିବାକୁ ଅୁନମିତ ମିଳିଥିବା ଜାଣିବା ପରେ ଏହାକୁ ବିରୋଧ କରି ବାପାଙ୍କ ସହ ୧୧ଜଣଙ୍କ ବିରୋଧରେ ମାମଲା ଦାଏର କରିଛନ୍ତି ବିଜୟ । ମାଡ୍ରାସ୍ ହାଇକୋର୍ଟ ଏହି ମାମଲାର ଶୁଣାଣି ସେପ୍ଟେମ୍ବର ୨୭ ତାରିଖରେ କରିବେ ।

LEAVE A REPLY

Please enter your comment!
Please enter your name here