ମହାନଦୀରୁ ମିଳିଥିବା ମୃତଦେହ ଓଡ୍ରାଫର କର୍ମଚାରୀ ସୀତାରମ ମୁର୍ମୁଙ୍କର ନୁହେଁ । ଗତକାଲି ମୁଣ୍ଡଳି ଡଙ୍ଗାବୁଡି ଘଟଣା ପରେ ନିଖୋଜ ଥିଲେ ସୀତାରାମ । ଆଜି ସକାଳୁ ଏକ ମୃତଦେହ ମିଳିଥିବାବେଳେ ଏହା ସୀତାରାମଙ୍କର ବୋଲି କୁହାଯାଉଥିଲା । ହେଲେ ଓଡ୍ରାଫ କର୍ମଚାରୀମାନେ ପହଁଞ୍ଚି ଏହା ସୀତାରାମଙ୍କର ବଡି ନୁହେଁ ବୋଲି ସ୍ପଷ୍ଟ କରିଛନ୍ତି । ଗତକାଲି ମହାନଦୀରେ ଫସିଥିବା ଦନ୍ତାହାତୀକୁ ଉଦ୍ଧାର କରିବା ପାଇଁ ଏକ ରବର ବୋର୍ଟରେ ଯାଇଥିଲେ ଓଡ୍ରାଫ୍ ଟିମ୍ । ପ୍ରଖର ସ୍ରୋତରେ ବୋଟଟି ବୁଡିଯାଇଥିବାବେଳେ ୭ ଜଣ ପାଣିରେ ବୁଡିଯାଇଥିଲେ । ସମସ୍ତଙ୍କୁ ଦଉଡି ସାହାର୍ଯ୍ୟରେ ଉଦ୍ଧାର କରାଯାଇଥିଲେ ମଧ୍ୟ ଜଣେ ଗଣମାଧ୍ୟମ ପ୍ରତିନିଧି ଅରିନ୍ଦମ ଦାସ ଏବଂ ସୀତାରାମଙ୍କୁ ଦଉଡି ସାହାର୍ଯ୍ୟରେ ଉଦ୍ଧାର କରାଯାଇପାରିନଥିଲା । ପରେ ଦେଶୀ ଡଙ୍ଗାରେ ଅରିନ୍ଦମଙ୍କୁ ଉଦ୍ଧାର କରାଯାଇଥିବାବେଳେ ସୀତାରାମ ନିଖୋଜ ଥିଲେ । ଘଟଣାରେ ଏସଆରସି ଟୁଇଟ୍ ଗଭୀର ଶୋକ ପ୍ରକାଶ କରିଛନ୍ତି ।

LEAVE A REPLY

Please enter your comment!
Please enter your name here