ପୁଅ ଆର୍ୟନ ସହ କଥା ହେଲେ ବଲିଉଡ୍ ଅଭିନେତା ଶାହରୁଖ୍ ଖାନ୍ । ଡ୍ରଗ୍ସ ମାମଲାରେ ଗିରଫ ହୋଇ ମୁମ୍ବାଇର ଆର୍ଥୁର ରୋଡ୍ ଜେଲରେ ଅଛନ୍ତି ଆର୍ୟନ୍ । ହାଇକୋର୍ଟଙ୍କ ନିର୍ଦ୍ଦେଶ ମୁତାବକ ଜଣେ କଏଦୀ ତା ପରିବାର ସହ ସପ୍ତାହକୁ ଦୁଇଥର କଥା ହୋଇପାରିବେ । ଆର୍ୟନ ସହ ବାପା ଶାହରୁଖ୍ ଖାନ ଓ ପରିବାର ସଦସ୍ୟମାନେ ଦଶ ମିନିଟ ପାଇଁ କଥା ହୋଇଛନ୍ତି ।

ଆର୍ୟନକୁ ଚାରିହଜାର ପାଞ୍ଚଶହ ଟଙ୍କା ମନିଅର୍ଡର ମାଧ୍ୟମରେ ମିଳିଛି । ଆର୍ୟନ ପରିବାର ତା ପାଖକୁ ଏହି ଟଙ୍କା ପଠାଇଛନ୍ତି । ଏଥିରେ ସେ ଆବଶ୍ୟକ ଖାଦ୍ୟ ମଗାଇ ଖାଇପାରିବ । ତେବେ ନିୟମ ଅନୁଯାୟୀ ଜଣେ କଏଦୀ ପାଖକୁ ତା ପରିବାର ଲୋକେ ସର୍ବାଧିକ ସାଢେ ଚାରିହଜାର ଟଙ୍କା ପଠାଇପାରିବେ ।

ଜେଲ୍ ସୁପରିଣ୍ଟେଡେଣ୍ଟ କହିଛନ୍ତି, ଆର୍ୟନଙ୍କୁ ଜେଲ୍ ଖାଦ୍ୟ ଦିଆଯାଉଛି । ଅଭିନେତାଙ୍କ ପୁଅ ବୋଲି ତାଙ୍କୁ କୌଣସି ବାହାର ଖାଦ୍ୟ ଦିଆଯାଉନାହିଁ । କୋର୍ଟ ନିର୍ଦ୍ଦେଶ ଦେଲେ ବାହାର ଖାଦ୍ୟ ପାଇଁ ଅନୁମତି ଦିଆଯାଇପାରିବ ।

LEAVE A REPLY

Please enter your comment!
Please enter your name here