ମହାଲିଙ୍ଗ ସନସାଇନ ପବ୍ଲିକ ସ୍କୁଲ ପରିଚାଳନା କମିଟି ସଭାପତି ଗୋବିନ୍ଦ ସାହୁ ସଂପର୍କରେ ସୂଚନା ଦେଲେ ମିଳିବ କୋଡିଏ ହଜାର ଟଙ୍କା ପୁରସ୍କାର । ଗତକାଲି ପୋଲିସ ବ୍ୟାରେକରୁ ଖସି ଯାଇଥିଲା ଗୋବିନ୍ଦ ସାହୁ । ଆଜି ବଲାଙ୍ଗୀର ପୋଲିସ ଗୋବିନ୍ଦ ସାହୁ ପୋଷ୍ଟର ମାରିବା ସହ ତା ସଂପର୍କରେ ପୋଲିସକୁ ସୂଚନା ଦେଲେ ଏକଲକ୍ଷ ଟଙ୍କା ପୁରସ୍କାର ମିଳିବ ବୋଲି ଘୋଷଣା କରିଛି । ପୂର୍ବରୁ ପୁରସ୍କାର ରାଶି ପରିମାଣ 20 ହଜାର ଟଙ୍କା ଥିଲା । ସ୍କୁଲ ଶିକ୍ଷୟିତ୍ରୀ ମମିତା ମେହେର ନିକୋଜ ମାମଲାରେ ଗୋବିନ୍ଦ ସାହୁ ମୁଖ୍ୟ ଅଭିଯୁକ୍ତ ବୋଲି କୁହାଯାଉଛି ।