ଉତ୍ତରପ୍ରଦେଶ ଆଲ୍ଲାବାଦରେ ଥିବା ମୋତିଲାଲ ନେହେରୁ ମେଡିକାଲ କଲେଜରେ ସିନିୟର ଛାତ୍ର ଜୁନିଅରଙ୍କୁ ରାଗିଙ୍ଗ କରୁଥିବା ମାମଲାକୁ ନେଇ ଆରମ୍ଭ ହୋଇଛି ଚର୍ଚ୍ଚା । ସିନିୟର ଛାତ୍ରମାନେ ପ୍ରଥମ ବାର୍ଷିକ ଜୁନିୟର ଛାତ୍ରଙ୍କୁ ଲଣ୍ଡା ହୋଇ ତଳକୁ ମୁହଁ କରି କଲେଜଆସିବାକୁ ନିଦେ୍ର୍ଦଶ ଦେଇଛନ୍ତି । ସେହିପରି ଛାତ୍ରୀମାନଙ୍କୁ କେଶରେ ତେଲ ଲଗାଇ ଜୁଡା ବାନ୍ଧି ଆସିବାକୁ କୁହାଯାଇଛି । ଏ ଘଟଣା ସମ୍ପର୍କରେ କୌଣସି ଛାତ୍ରଛାତ୍ରୀ କାହା ପାଖରେ ଅଭିଯୋଗ କରିନଥିଲେ ମଧ୍ୟ ଏକ ସମୟରେ ଅନେକ ଛାତ୍ର ଲଣ୍ଡା ହୋଇ ଗୋଟିଏ ଧାଡିରେ ତଳକୁ ମୁହଁ କରି କଲେଜ ଆସିବା ଫଟୋ ସୋସିଆଲ ମିଡିଆରେ ଭାଇରାଲ ହୋଇଛି । ଜିଲ୍ଲାପାଳ ସୁହାସ ଏଲୱାଇ ଘଟଣାର ତଦନ୍ତ ପାଇଁ ଆଦେଶ ଦେଇଛନ୍ତି । କଲେଜ କର୍ତ୍ତୁପକ୍ଷ ଏନେଇ ପଦକ୍ଷେପ ନେବା ଆବଶ୍ୟକ ଏବଂ ଶିକ୍ଷାନୁଷ୍ଠାନ ପରିସରରେ ଶାନ୍ତି ଶୃଙ୍ଖଳା ବଜାୟ ରଖିବା ପାଇଁ ପ୍ରୟାସ କରିବା ଉଚିତ୍ ବୋଲି ଜିଲ୍ଲାପାଳ ସୁଚନା ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here