ମମିତା ମେହେର ହତ୍ୟା ଘଟଣାରେ ଛାତ୍ର କଂଗ୍ରେସର ବିକ୍ଷୋଭ । ଘଟଣାରେ ଗୃହ ରାଷ୍ଟ୍ରମନ୍ତ୍ରୀ କ୍ୟାପଟେନ ଦିବ୍ୟ ଶଙ୍କର ମିଶ୍ରଙ୍କର ବହିଷ୍କାର ଦାବି କରି ଛାତ୍ର କଂଗ୍ରେସ ବିକ୍ଷୋଭ ପ୍ରଦର୍ଶନ କରୁଛନ୍ତି । ପ୍ରତିବାଦ କରି ଡିଜିଙ୍କର ଭୁବନେଶ୍ୱର କ୍ୟାମ୍ପ ଅଫିସ ସହ ନବୀନ ନିବାସ ଘେରାଉ କରିଛି କଂଗେସ । ଡିଜିଙ୍କର ଅଫିସ ଘେରାଉବେଳେ ଛାତ୍ର କଂଗ୍ରେସ କର୍ମୀଙ୍କୁ ଅଟକାଇଥିଲା ପୋଲିସ । ଏହି ସମୟରେ ଉଭୟ ପକ୍ଷ ମଧ୍ୟରେ ଧସ୍ତାଧସ୍ତି ପରିସ୍ଥିତି ସୃଷ୍ଟି ହୋଇଥିଲା । ପୋଲିସ ଉପରକୁ କଂଗ୍ରେସ କର୍ମୀମାନେ ଟମାଟୋ ମାଡ କରିଥିବା ଦେଖିବାକୁ ମିଳିଥିଲା । କିଛି କଂଗ୍ରେସ କର୍ମୀଙ୍କୁ ପୋଲିସ ଉଠାଇ ନେଇଛି ।

LEAVE A REPLY

Please enter your comment!
Please enter your name here