ମମିତା ହତ୍ୟାକାଣ୍ଡ ମାମଲାରେ ମନ୍ତ୍ରୀଙ୍କୁ ତଦନ୍ତ ପରିସରଭୁକ୍ତ କରିବାକୁ ହାଇକୋର୍ଟରେ ଆବେଦନ । ଭାରତ ବିକାଶ ପରିଷଦ ପକ୍ଷରୁ ମମିତା ମେହେର ହତ୍ୟାକାଣ୍ଡ ପ୍ରସଙ୍ଗରେ ହାଇକୋର୍ଟରେ ଏକ ମାମଲା ରୁଜୁ ହୋଇଥିବା ବେଳେ ଆଜି ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କୁ ତଦନ୍ତ ପରିସରଭୁକ୍ତ କରିବାକୁ ସାନି ନିବେଦନ କରାଯାଇଛି । ଏହି ଘଟଣାରେ ମନ୍ତ୍ରୀ ମୁଖ୍ୟ ଷଡଯନ୍ତ୍ରକାରୀ ବୋଲି କୁହାଯାଇଛି । ମନ୍ତ୍ରୀଙ୍କ ସଂପୃକ୍ତି ନେଇ ମମିତାଙ୍କ ପରିବାର ମଧ୍ୟ ପୂର୍ବରୁ ଅଭିଯୋଗ କରିଥିବାରୁ ତଦନ୍ତ ପ୍ରକ୍ରିୟାରେ ମନ୍ତ୍ରୀ ଦିବ୍ୟଶଙ୍କରଙ୍କୁ ସାମିଲ କରିବାକୁ ନିବେଦନ କରାଯାଇଛି । ମନ୍ତ୍ରୀଙ୍କ ସହ ଡିଆଇଜି ଓ ବଲାଙ୍ଗୀର ଏସପିଙ୍କୁ ମଧ୍ୟ ସାମିଲ କରିବାକୁ ଅପିଲ କରାଯାଇଛି । ଦିବ୍ୟଶଙ୍କର ମିଶ୍ର ମନ୍ତ୍ରୀ ପଦବୀରେ ଥିବା ପର୍ଯ୍ୟନ୍ତ ନିରପେକ୍ଷ ତଦନ୍ତ ହୋଇପାରିବ ନାହିଁ ବୋଲି ଦର୍ଶାଯାଇଛି ।

ମମିତା ମେହେର ମାମଲାର ତ୍ବରିତ ବିଚାର ପାଇଁ ମମିତାଙ୍କ ପରିବାର ହାଇକୋର୍ଟରେ ନିବେଦନ କରିଛନ୍ତି । ମମିତାଙ୍କ ପରିବାର ପିଟିସନ ଦାଖଲ ପରେ ହାଇକୋର୍ଟ ରାଜ୍ୟ ସରକାରଙ୍କୁ ଷ୍ଟାଟସ ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି । ମାମଲାର ପରବର୍ତ୍ତୀ ଶୁଣାଣୀ ଆସନ୍ତା 3 ତାରିଖରେ ହେବ ।

ଅନ୍ୟପକ୍ଷରେ ବିଜେପି ନେତ୍ରୀ ଲେଖାଶ୍ରୀ ସାମନ୍ତସିଂହାର ମନ୍ତ୍ରୀ ଦିବ୍ୟଶଙ୍କର ମୁଖ୍ୟ ଷଡଯନ୍ତ୍ରକାରୀ ବୋଲି କହିଛନ୍ତି । ଯଦି ସେ ସଂପୃକ୍ତ ନାହାଁନ୍ତି, ତେବେ ମମିତା ହତ୍ୟାକାଣ୍ଡ ପରେ ଲୁଚିଥିଲେ କାହିଁକି ବୋଲି ଲେଖାଶ୍ରୀ ପ୍ରଶ୍ନ କରିଛନ୍ତି ।

LEAVE A REPLY

Please enter your comment!
Please enter your name here