କୁନି ବୈଜ୍ଞାନିକ ? ଶୁଣି ଆଶ୍ଚର୍ଯ୍ୟ ଲାଗୁଥିବ ନିଶ୍ଚୟ.ହେଲେ ଏହା ସଂପୂର୍ଣ୍ଣରୂପେ ସତ. ବସ୍ତର ଅଞ୍ଚଳର ନକ୍ସଲ ପ୍ରଭାବିତ ଅଞ୍ଚଳରେ ମାଓବାଦୀମାନେ ଯବାନମାନଙ୍କୁ ଲ୍ୟାଣ୍ଡମାଇନ ଦ୍ୱାରା ମାରିଦେଉଥିବାରୁ ବମକୁ ନଷ୍ଟ କରିବା ପାଇଁ କୁନି ପିଲାମାନେ ଯବାନମାନଙ୍କ ସୁରକ୍ଷା କବଚ ଭାବରେ ଆଣ୍ଟି ଲ୍ୟାଣ୍ଡମାଇନ ରୋବଟର ଆବିଷ୍କାର କରିଛନ୍ତି. ତେବେ ଏହାର ବିଶେଷତ୍ୱ ହେଲା ଏହାକୁ କିଏ ଡିଫ୍ୟୁଜ କରୁ କି ନକରୁ ଏହା ଅଟୋମେଟିକ ଡିଫ୍ୟୁଜ ହୋଇଯିବ.ଦୀର୍ଘ ଚାରି ମାସ ପରିଶ୍ରମ ପରେ ସେମାନେ ଏହାକୁ ଆବିଷ୍କାର କରିଛନ୍ତି. କୁନି ବୈଜ୍ଞାନିକମାନେ ଆବିଷ୍କାର କରିଥିବା ଏହି ଆଣ୍ଟି ମେଟାଲ ଡିଟେକ୍ଟର ରୋବଟ ଜରିଆରେ ମାଟିରେ ଲୁଚା ଯାଇଥିବା ଲୁହାର ବସ୍ତୁ ଓ ବାରୁଦ ସହିତ ଅନ୍ୟାନ ଜିନିଷକୁ ମଧ୍ୟ ଠାବ କରାଯାଇପାରିବ.

LEAVE A REPLY

Please enter your comment!
Please enter your name here