ବ୍ରହ୍ମପୁର ବ୍ରହ୍ମାନଗରରେ ନବବଧୂ ତପସ୍ୱିନୀଙ୍କ ଧାରଣା ୬ଦିନରେ ପହଁଞ୍ଚିଛି । ଅନ୍ୟପଟେ ଏସଡିଜିଏମ କୋର୍ଟରେ ପହଁଞ୍ଚିଛନ୍ତି ଧାରଣାରେ ବସି ରହିଥିବା ନବବଧୂ ତପସ୍ୱିନୀ । ଆଜି ମାମଲାର ଶୁଣାଣି ଥିବାରୁ ତପସ୍ୱିନୀ ଅଦାଲତରେ ପହଁଞ୍ଚିଛନ୍ତି । ନ୍ୟାୟ ନମିଳିବା ଯାଏଁ ଧାରଣା ଜାରି ରଖିବାକୁ ସେ ଚେତାବନୀ ଦେଇଥିବାବେଳେ ସ୍ୱେଚ୍ଛାସେବୀ ତାଙ୍କ ସହ ସ୍ୱର ମିଳାଇଛନ୍ତି । ଗତକାଲି କଥାବାର୍ତ୍ତାର ଦୁଇଟି ଅଡିଓ ଗଣମାଧ୍ୟମକୁ ଆସିଥିଲା ଏବଂ ମାର୍ଗଶୀର ପ୍ରଥମ ଗୁରୁବାର ଥିବାରୁ ଶାଶୂ ଘରକୁ ଯିବାକୁ ଅନୁମତି ନଥିବାରୁ ବାହାରେ ମାଣ ବସାଇଥିଲେ ତପସ୍ୱିନୀ । ତେବେ ଯୁବତୀ ନିଜର ହକ୍ ପାଇବା ପାଇଁ ଜିଦ୍ରେ ଅଟଳ ଥିବାବେଳେ ଗତକାଲି ଡାକ୍ତର ସୁମିତ ଏବଂ ତାଙ୍କ ବାପା ତପସ୍ୱିନୀଙ୍କ ସହ ବାହାଘର ହୋଇଥିବାନେଇ ସ୍ୱିକାର କରିଥିଲେ । କିନ୍ତୁ ତପସ୍ୱିନୀ ଘରେ ଗଣ୍ଡୋଗୋଳ କରି ବାହାରି ଯାଇଥିଲେ ବୋଲି ସ୍ୱାମୀ ସୁମିତ କହିଛନ୍ତି । ଛାଡପତ୍ର ପାଇଁ କୋର୍ଟରେ ଆବେଦନ କରାଯାଇଥିବା କହିଛନ୍ତି ସୁମିତ । ବନ୍ଦ ଘରେ ରହିଛନ୍ତି ସୁମିତଙ୍କ ମା ଏବଂ ଯେଯେ ମା ।