ବାୟୁସେନା ଚପର ଦୁର୍ଘଟଣାରେ ମୃତ୍ୟୁସଂଖ୍ୟା 13ରେ ପହଞ୍ଚିଛି । ସିଡିଏସ ବିପିନ ରାଓ୍ବତ, ତାଙ୍କ ପତ୍ନୀ ମଧୁଲିକାଙ୍କ ସମେତ ଚପରରେ 14 ଜଣ ଥିବା ବେଳେ 13 ଜଣଙ୍କ ମୃତ୍ୟୁ ସଂପର୍କରେ ସ୍ପଷ୍ଟ ହୋଇଛି । ତେବେ ଦୁର୍ଘଟଣାରେ ଗୁରୁତର ଜଣେ ପୁରୁଷ ବ୍ୟକ୍ତିଙ୍କ ଚିକିତ୍ସା ଚାଲିଛି ଏବଂ ଦୁର୍ଘଟଣାରେ ପୋଡି ଯାଇଥିବାରୁ ସେ ବିପିନ ରାଓ୍ବତ କି ନୁହେଁ, ତାହା ସ୍ପଷ୍ଟ ହୋଇନାହିଁ ।
ସୂଚନାଯୋଗ୍ୟ, ଭାରତୀୟ ବାୟୁସେନାର ସବୁଠାରୁ ସୁରକ୍ଷିତ ହେଲିକପ୍ଟର ଏମ ଆଇ 17-ଭି 5ରେ ସିଡିଏସ ବିପିନ ରାଓ୍ବତ ଆଜି ଦିଲ୍ଲୀରୁ ତାମିଲନାଡୁର କୁନ୍ନୁର ଏୟାରବେସକୁ ଏକ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଯାଉଥିଲେ । ମାତ୍ର କାର୍ଯ୍ୟକ୍ରମ ସ୍ଥଳରେ ପହଞ୍ଚିବାର ଅଳ୍ପ ସମୟ ପୂର୍ବରୁ ତାଙ୍କ ଚପରଟି ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଘଟଣାସ୍ଥଳକୁ ବାୟୁସେନା ମୁଖ୍ୟ ଯାଇଥିବା ବେଳେ ସଂଧ୍ୟାରେ ସୁରକ୍ଷା ସଂପର୍କିତ କ୍ୟାବିନେଟ କମିଟି ବୈଠକ ଡକାଯାଇଛି । ଆସନ୍ତାକାଲି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ସଂସଦରେ ବିବୃତ୍ତି ରଖିବେ । ତେବେ କେଉଁଭଳି ପରିସ୍ଥିତିରେ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହେଲା, ସେସଂପର୍କରେ ତଦନ୍ତ ପାଇଁ ବାୟୁସେନା ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି ।

LEAVE A REPLY

Please enter your comment!
Please enter your name here