ତାମିଲନାଡୁ କୁନ୍ନୁରରେ ବାୟୁସେନା ହେଲିକପ୍ଟର ଦୁର୍ଘଟଣା ପ୍ରସଙ୍ଗରେ ସଂସଦରେ ବିବୃତି ରଖିଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ । ଉଭୟ ଲୋକସଭା ଏବଂ ରାଜ୍ୟସଭାରେ ବିବୃତି ରଖି ରାଜନାଥ ପୁରା ଘଟଣାରେ ଦୁଃଖ ପ୍ରକାଶ କରିଛନ୍ତି । ସିଡିଏସ ବିପିନ ରାୱତ୍ ସୁଲୁର ଏୟାର ବେସରୁ ଉଡାଇ ଭରିଥିଲେ । କିନ୍ତୁ ୧୨ଟା ୮ରେ ଏଟିଏସ ସହ ହେଲିକପ୍ଟରର ସମ୍ପର୍କ ଛିନ୍ନ ହୋଇଥିଲା । ୧୨ଟା ୧୫ରେ ୱେଲିଂଟନରେ ହେଲିକପ୍ଟରର ଲ୍ୟାଣ୍ଡିଂ କରିବାର ଥିଲା । ଲ୍ୟାଣ୍ଡିଂର ୭ମିନିଟ୍ ପୂର୍ବରୁ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ସ୍ଥାନୀୟ ଲୋକେ ନିଆଁ ଲାଗିବା ଦେଖିବା ପରେ ସୂଚନା ଦେଇଥିଲେ । ଏହାପରେ ଉଦ୍ଧାରକାର୍ଯ୍ୟ ଆରମ୍ଭ ହୋଇଥିଲା । ତେବେ କିପରି ଦୁର୍ଘଟଣା ଘଟିଲା ତାର ତଦନ୍ତ ନିର୍ଦ୍ଦେଶ ଦିଆଯାଇଥିବା ସୂଚନା ଦେଇଛନ୍ତି ପ୍ରତିରକ୍ଷାମନ୍ତ୍ରୀ । ଏୟାର ମାର୍ଶଲ ମାନବେନ୍ଦ୍ର ସିଂ ତଦନ୍ତର ନେତୃତ୍ୱ ନେଉଛନ୍ତି । ଆଜି ସଂଧ୍ୟା ସୁଦ୍ଧା ସମସ୍ତ ୧୩ ମୃତକଙ୍କ ପାର୍ଥୀବ ଶରୀର ଦିଲ୍ଲୀ ଅଣାଯିବ । ଗ୍ରୁଫ୍ କ୍ୟାପଟେନ୍ ବରୁଣ ସିଂ ଗୁରୁତର ଭାବେ ଚିକିତ୍ସିତ ହେଉଛନ୍ତି ।

LEAVE A REPLY

Please enter your comment!
Please enter your name here