ପ୍ଲାଷ୍ଟିକ୍ ମୁକ୍ତ ହେବ ରାଜଧାନୀ ଭୁବନେଶ୍ୱର । ଶନିବାର ଠାରୁ ଏହି ପଦକ୍ଷେପ ନିଆଯାଇଛି । ବିଡିଏ କାର୍ଯ୍ୟାଳୟକୁ ପ୍ଲାଷ୍ଟିକ୍ କିମ୍ବା ପଲିଥିନ୍ ପଶିବ ନାହିଁ । ରାଜଧାନୀର ସମସ୍ତ ପାର୍କ ଏବଂ ମାର୍କେଟ କମ୍ପ୍ଲେକ୍ସକୁ ପ୍ଲାଷ୍ଟିକ୍ ମୁକ୍ତ କରାଯିବ । ବିଡିଏର କୌଣସି ଅଧିକାରୀ ହେଉକି କର୍ମଚାରୀ ପ୍ଲାଷ୍ଟିକ୍ ବା ପଲିଥିନ୍ରେ ଖାଦ୍ୟ ଆଣିପାରିବେ ନାହିଁ । ପ୍ଲାଷ୍ଟିକ୍ ବଦଳରେ କପଡା ବା କାଗଜ ବ୍ୟାଗ୍ , କାଚପାଣି ବ୍ୟବହାର କରିବା ପାଇଁ କୁହାଯାଇଛି । ଏଭଳି ନିଷ୍ପତ୍ତିକୁ ବିଡିଏ କର୍ମଚାରୀ ୟୁନାଇଟେଡ୍ ଫୋରମ୍ ପକ୍ଷରୁ ସ୍ୱାଗତ କରାଯାଇଛି । ଏଥିସହ ପାର୍କରେ ପ୍ଲାଷ୍ଟିକ୍ ବ୍ୟବହାର ନକରିବା ପାଇଁ ବିଭିନ୍ନ ସ୍ୱଚ୍ଛାସେବୀ ସଂଗଠନ ଏବଂ ବିଭିନ୍ନ ସହାୟତାରେ ସଚେତନ କରାଯିବ । ଯଦି ଏହାପରେ ଏମିତି କିଛି ଦେଖିବାକୁ ମିଳେ ତାହେଲେ ପ୍ଲାଷ୍ଟିକ୍ ବ୍ୟବହାର କରୁଥିବା ବାକ୍ତିଙ୍କ ଠାରୁ ଜରିମାନା ଆଦାୟ କରାଯିବ । ଏହି ଜରିମାନ ପାର୍କର ବିଭିନ୍ନ ବିକାଶ କାର୍ଯ୍ୟରେ ବ୍ୟବହାର କରାଯିବା ସହ ଲୋକଙ୍କୁ ପ୍ଲାଷ୍ଟିକ୍ ନିଷେଧ ଅଭ୍ୟାସ କରାଯିବ । ବିଡିଏର ସମସ୍ତ ମାର୍କେଟ କମ୍ପ୍ଲେକ୍ସରେ ଏଇ ନିୟମ ଲାଗୁ ହେବ । ଏହି ନିୟମରୁ ଯେଉଁ ବ୍ୟବସାୟୀ ବାହାରିଯିବ ତାଙ୍କ ଲାଇସେନ୍ସ ରଦ୍ଦ କରାଯିବ । ଏହି ପ୍ଲାଷ୍ଟିକ୍ ମୁକ୍ତ ପାଇଁ ରାଜ୍ୟ ସରକାର ଅକ୍ଟୋବର ୨ରୁ ଘୋଷଣା କରିଛନ୍ତି ।

LEAVE A REPLY

Please enter your comment!
Please enter your name here