Anadolu Agency/Getty Images

ବିଶ୍ୱବ୍ୟାପୀ ଦ୍ରୁତ ଗତିରେ ମାଡି ଚାଲିଛି ଓମିକ୍ରନ । ଭାରତରେ ବି କାୟା ବିସ୍ତାର କରୁଛି କରୋନାର ନୂଆ ଭୂତାଣୁ । ଯେଉଁଭଳି ଭାବେ ଓମିକ୍ରନ ସଙ୍କ୍ରମଣ ବୃଦ୍ଧି ପାଉଛି । ତାହା ଡେଲ୍ଟା ଭାରିଆଣ୍ଟ ସଙ୍କ୍ରମଣକୁ ମଧ୍ୟ ପଛରେ ପକାଇ ଦେବ ବୋଲି ସତର୍କ କରାଇଛି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ । ଦକ୍ଷିଣ ଆଫ୍ରିକା, ବ୍ରିଟେନ ଆଦି ଦେଶରେ ସ୍ଥିତି ଅନୁଧ୍ୟାନ କରି ଏହା କୁହାଯାଇଛି । ସେପଟେ ଓମିକ୍ରନ ଭାରିଆଣ୍ଟ ଆକ୍ରାନ୍ତଙ୍କ ଲକ୍ଷଣ ବଦଳିଛି । ଓମିକ୍ରନ ଭାରିଆଣ୍ଟରେ ସଙ୍କ୍ରମିତଙ୍କ ଠାରେ ଘ୍ରାଣଶକ୍ତି ଯାଉନି । ଅଧିକ ଜ୍ୱର କି ଥଣ୍ଡା ହେଉନି । ଗଳା ଦରଜ, ବସିବା ଅଧିକ ହେଉଛି । ଏହାକୁ ରୋକିବାକୁ ହେଲେ ଟିକା ନେବା, ସାମାଜିକ ଦୂରତା ରଖିବା, ହାତ ସାନିଟାଇଜ୍ ସହ ମାସ୍କ ପିନ୍ଧିବା ଜରୁରୀ । ଏହି ସୂଚନା ଦେଇଛନ୍ତି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର ।

LEAVE A REPLY

Please enter your comment!
Please enter your name here