ଜର୍ମାନୀରେ ନିଜକୁ ସଫଳ ବୈଜ୍ଞାନିକ ଭାବେ ପ୍ରତିଷ୍ଠିତ କରାଇଥିବା ଓଡିଆ ପୁଅ ସେସା କିଶାନଙ୍କ କାହାଣୀ ବାସ୍ତବରେ ମର୍ମସ୍ପର୍ଶୀ ଓ ପ୍ରେରଣାଦାୟୀ । କେନ୍ଦୁପତ୍ର ତୋଳି ପରିବାର ତାଙ୍କର ଚଳେ । ମାତ୍ର ନିଜର ଦୃଢ ଇଚ୍ଛାଶକ୍ତି ଓ ଅଧ୍ୟବସାୟ ବଳରେ ଆଜି ଅନ୍ତର୍ଜାତୀୟ ସ୍ତରରେ ନିଜର ନାଁ ରଖିଛନ୍ତି ଏହି ଓଡିଆ । ଅନେକ ବାଧାବିଘ୍ନ ସତ୍ତ୍ୱେ ନିଜର ଲକ୍ଷ୍ୟ ପଥରୁ ବିଚ୍ୟୁତ ହୋଇନଥିଲେ ସେସା ।

ନାଇଜର ରେ ନିଜର ଦକ୍ଷତା ପ୍ରତିପାଦନ କରି ସିଟ୍ ହାତେଇଥିଲେ ସେସା । ଏହା ପରେ ଜର୍ମାନୀରେ ରିସର୍ଚ କରିବା ପାଇଁ ସୁଯୋଗ ପାଇଥିଲେ । ୟୁରୋପିଆନ ନେସନରେ ଜଣେ ପ୍ରତିଷ୍ଠିତ ବୈଜ୍ଞାନିକ ଭାବେ ପ୍ରଶଂସା ସାଉଁଟିଥିବା ସେସା ମୁଖ୍ୟମନ୍ତ୍ରୀଙ୍କ ଠାରୁ ମଧ୍ୟ ବାଃ ବାଃ ପାଇଛନ୍ତି ।

 

 

LEAVE A REPLY

Please enter your comment!
Please enter your name here