ପୁରୀ ଧାମରେ ଲଜ୍ଜା । ୫ ବର୍ଷର ଶିଶୁ କନ୍ୟାକୁ ଦୁଷ୍କର୍ମକୁ ୩୬ ଘଣ୍ଟା ବିତି ନଥିବାବେଳେ ପୁଣି ପୁରୀରେ ଦୁଷ୍କର୍ମର ଶିକାର ହୋଇଛନ୍ତି ୨ ବର୍ଷର ଶିଶୁ । ପିଡୀତାର ବାପା ହିଁ ଏଭଳି ଅମାନବୀୟ କାଣ୍ଡ ଘଟାଇଥିବା ଅଭିଯୋଗ ହୋଇଛି । ଏନେଇ ସମୂଦ୍ରକୁଳ ଥାନାରେ ଅଭିଯୋଗ କରିଛନ୍ତି ଶିଶୁର ମା’ । ଗତକିଛି ଦିନ ଧରି ଝିଅ ସହ ଏଭଳି ଘୂର୍ଣ୍ଣ କାର୍ଯ୍ୟ କରୁଥିବା ସେ ଅଭିଯୋଗ କରିଛନ୍ତି । ଅଭିଯୋଗ ଆଧାରରେ ଅଭିଯୁକ୍ତ ବାପା ରାଜକମଲ କର୍ମକାରକୁ ଗିରଫ କରିଛି ପୋଲିସ । ଅଭିଯୁକ୍ତ ବିରୋଧରେ ଦଫା ୩୪୧, ୩୨୩, ୩୭୬(କ)(ଖ) ପୋକ୍ସା ଆକ୍ଟରେ ମାମଲା ରୁଜୁ ହୋଇଛି । ଅସୁସ୍ଥ ଶିଶୁକୁ ପୁରୀ ସଦର ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

LEAVE A REPLY

Please enter your comment!
Please enter your name here