ଉଠିଯିବ ଭୁବନେଶ୍ୱର ୟୁନିଟ-୧ ପରିବା ମାର୍କେଟ । ଭୁବନେଶ୍ୱର ଉପକଣ୍ଠ ଭଗବାନପୁରକୁ ୟୁନିଟ-୧ ପରିବା ହୋଲ୍‌ସେଲ୍ ମାର୍କେଟ ସ୍ଥାନାନ୍ତର କରାଯିବ। ଏଥିପାଇଁ ଭଗବାନପୁରରେ ଚିହ୍ନଟ ୧୦ ଏକର ଜମି ହୋଇଛି। ସେଠାରେ ପରିବା ହୋଲ୍‌ସେଲ୍ ମାର୍କେଟ ଲାଗି ଶୀତଳଭଣ୍ଡାର ଓ ଅନ୍ୟାନ୍ୟ ସୁବିଧା ସୁଯୋଗ ଥିବାରୁ ଏହାକୁ ସ୍ଥାନାନ୍ତର କରାଯିବାକୁ ନିଷ୍ପତ୍ତି ନେଇଛି। ଏହାସହ ସହର ଭିତରେ ଗହଳି କମାଇବା ସହ ଟ୍ରାଫିକ ସମସ୍ୟା ମଧ୍ୟ ଦୂର ହେବ। ଏଥିପାଇଁ ଆଜି ବିଏମସି ଅଫିସ୍‌ରେ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଥିଲା। ବିଏମ୍‌ସିର ନିଷ୍ପତ୍ତିକୁ ରାଜଧାନୀ କଞ୍ଚା ପରିବା ବ୍ୟବସାୟୀ ମହାସଂଘ ସ୍ୱାଗତ କରିଛନ୍ତି। ୧୯୫୭ ମସିହାରୁ ୟୁନିଟ-୧ ମାର୍କେଟର ୪ ଏକର ଜାଗାରେ ମାର୍କେଟ ଚାଲି ଆସୁଛି। ଏବେ ୪୯ ଜଣ ପରିବା ହୋଲ୍‌ସେଲ୍ ବ୍ୟବସାୟୀ ଅଛନ୍ତି। ପ୍ରତିଦିନ ୨୦୦ ଶହ ଟ୍ରକ୍ ଏହି ପରିବା ମାର୍କେଟକୁ ଆସୁଛି। ସ୍ଥାନ ଅଭାବରୁ ମାର୍କେଟ ସ୍ଥାନାନ୍ତର ଲାଗି ୨୦୦୭ରୁ ଦାବି ହେଉଥିଲା।

LEAVE A REPLY

Please enter your comment!
Please enter your name here