ୟୁକ୍ରେନ ଉପରେ ଆକ୍ରମଣର 40 ଘଣ୍ଟା ପରେ ଋଷିଆ ଆଲୋଚନା ପାଇଁ ପ୍ରସ୍ତାବ ଦେଇଛି । ଋଷିଆ ଆକ୍ରମଣରେ ୟୁକ୍ରେନର ଅଧିକାଂଶ ସହରକୁ ଋଷିଆ ଧ୍ବସ୍ତ ବିଧ୍ବସ୍ତ କରିଦେଇଥିବା ବେଳେ ଏବେ ଆଲୋଚନା ପାଇଁ ପ୍ରସ୍ତାବ ଦେଇଛି । ତେବେ ଆଲୋଚନା ପାଇଁ ୟୁକ୍ରେନ ସେନାକୁ ଅସ୍ତ୍ର ତ୍ୟାଗ କରିବାକୁ ପଡିବ ବୋଲି ଋଷିଆ ବୈଦେଶିକ ମନ୍ତ୍ରାଳୟ ମୁଖପାତ୍ର କହିଛନ୍ତି । ଋଷିଆର ଏହି ପ୍ରସ୍ତାବ ପରେ ଦୁଇଦେଶ ମଧ୍ୟରେ ଯୁଦ୍ଧ ବିରତି ହେବାର ସମ୍ଭାବନା ପ୍ରକାଶ ପାଇଛି । ଯଦି ଋଷିଆର ସର୍ତ୍ତରେ ୟୁକ୍ରେନ ରାଜି ହୁଏ, ତେବେ ଦୁଇ ଦେଶ ମଧ୍ୟରେ ଦ୍ବିପାକ୍ଷିକ ଆଲୋଚନା ହେବ । ଅନ୍ୟପକ୍ଷରେ ଋଷିଆ ଆକ୍ରମଣକୁ ପ୍ରତିହତ କରି ନିଜ ଦେଶକୁ ସୁରକ୍ଷା ଦେବା ପାଇଁ ୟୁକ୍ରେନ ସେନା ଉଦ୍ୟମ ଅବ୍ୟାହତ ରଖିଛି । ୟୁକ୍ରେନ ରାଷ୍ଟ୍ରପତି କହିଛନ୍ତି, ନିଜ ଦେଶର ସୁରକ୍ଷା ଦେବା ପାଇଁ ଆମୋ ଏକାକୀ ଉଦ୍ୟମ ଜାରି ରଖିଛୁ ।