ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ୟୁକ୍ରେନ ରାଷ୍ଟ୍ରପତି ଜେଲେନସ୍କି ଓ ଋଷ୍ ରାଷ୍ଟ୍ରପତି ପୁଟିନଙ୍କ ସହ ଆଲୋଚନା କରିଛନ୍ତି ।
ୟୁକ୍ରେନ ରାଷ୍ଟ୍ରପତି ଜେଲେନସ୍କିଙ୍କ ସହ ଆଲୋଚନା ବେଳେ ମୋଦି ୟୁକ୍ରେନରୁ ଭାରତୀୟଙ୍କୁ ଉଦ୍ଧାର କରିବାରେ ସରକାର ସହଯୋଗ କରିଥିବାରୁ ଧନ୍ୟବାଦ ଜଣାଇଥିଲେ । ୟୁକ୍ରେନରେ ଏବେ ବି ଫସି ରହିଥିବା ଭାରତୀୟଙ୍କୁ ଉଦ୍ଧାର ପାଇଁ ୟୁକ୍ରେନ ସରକାର ପୂର୍ବଭଳି ସହଯୋଗ କରିବେ ବୋଲି ସେ ଆଶା ପ୍ରକାଶ କରିଛନ୍ତି । ସେହିପରି ସମସ୍ୟାର ସମାଧାନ ପାଇଁ ୟୁକ୍ରେନ ଓ ଋଷ୍ ମଧ୍ୟରେ କଥାବାର୍ତ୍ତାକୁ ମୋଦି ସ୍ବାଗତ କରିଥିଲେ । ଜେଲେନସ୍କିଙ୍କ ସହ ଆଲୋଚନା ପରେ ପ୍ରଧାନମନ୍ତ୍ରୀ ଋଷ୍ ରାଷ୍ଟ୍ରପତି ପୁଟିନଙ୍କ ସହ ପ୍ରାୟ 50 ମିନିଟ ଧରି ଆଲୋଚନା କରିଛନ୍ତି । ଆଲୋଚନା ବେଳେ ଋଷ ପକ୍ଷରୁ ଘୋଷଣା କରାଯାଇଥିବା ସାମୟିକ ଯୁଦ୍ଧ ବିରତିକୁ ମୋଦି ସ୍ବାଗତ କରିଛନ୍ତି । ସମସ୍ୟାର ସମାଧାନ ପାଇଁ ୟୁକ୍ରେନ ରାଷ୍ଟ୍ରପତିଙ୍କ ସହ ସିଧାସଳଖ କଥା ହେବାକୁ ମୋଦି ପରାମର୍ଶ ଦେଇଛନ୍ତି । ଏବେ ବି ୟୁକ୍ରେନର ସୁମି ସହରରେ ଅନେକ ଭାରତୀୟ ଫସି ରହିଥିବା ସଂପର୍କରେ ପୁଟିନଙ୍କୁ ଅବଗତ କରାଇଛନ୍ତି ପ୍ରଧାନମନ୍ତ୍ରୀ । ଅନ୍ୟପକ୍ଷରେ ସମସ୍ତ ଭାରତୀୟଙ୍କ ଉଦ୍ଧାର ପାଇଁ ପୁଟିନ ପ୍ରତିଶ୍ରୁତି ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here