ପଞ୍ଚାୟତ ନିର୍ବାଚନ ହିଂସାକାଣ୍ଡ ପରର ଦୁଃଖଦ ଘଟଣା । ଆତ୍ମହତ୍ୟା କରିଦେଇଛି ମାନସ ନାଥଙ୍କ ନାବାଳିକା ଝିଅ । ଅଭିଯୋଗ ହୋଇଛି, ଗାଁରେ କେହି ପୁରୁଷ ନ ଥିବା ବେଳେ ପୋଲିସ ପଶି ଘରେ ଥିବା ଛୋଟ ପିଲାଙ୍କୁ ଧମକେଇଥିଲା । ପୋଲିସ ଅତ୍ୟାଚାରରେ ଭୟଭୀତ ବର୍ଷା ଆତ୍ମହତ୍ୟା କରିଦେଲା ।

ଗତ ଫେବୃଆରୀ ମାସ ୧୭ ତାରିଖରେ ପଞ୍ଚାୟତ ନିର୍ବାଚନ ଅବ୍ୟବାହିତ ପୂର୍ବରୁ ଜଗତସିଂହପୁର ସଦର ବ୍ଳକ ଅନ୍ତର୍ଗତ ପଲ୍ଲୀ ପଞ୍ଚାୟତ ର ହାବେଳି ନାଥସାହି ଠାରେ ଗ୍ରାମବାସୀ ଓ ପୋଲିସ ଙ୍କ ମଧ୍ୟରେ ଘଟିଥିବା ଖଣ୍ଡଯୁଦ୍ଧ କୁ କେନ୍ଦ୍ର କରି ପୋଲିସ ସ୍ଥାନୀୟ ଅଞ୍ଚଳର ପ୍ରାୟ ଶତାଧିକ ଲୋକଙ୍କ ନାମରେ ମାମଲା ରୁଜୁ କରିଥିଲା। ଫଳରେ ଗ୍ରାମଟି ସମ୍ପୂର୍ଣ୍ଣ ପୁରୁଷଶୁନ୍ୟ ହୋଇଯାଇଛି । ପୋଲିସ ଭୟରେ ଗ୍ରାମରେ କୌଣସି ପୁରୁଷ ଲୋକ ରହୁନଥିବା ବେଳେ କେବଳ ଘରର ମହିଳା ସଦସ୍ୟ ମାନେ ଗ୍ରାମରେ ରହୁଥିଲେ। ତେବେ ଗତକାଲି ରାତିରେ ଜଗତସିଂହପୁର ପୋଲିସ ସେହି ଗ୍ରାମର ମାନସ ନାଥଙ୍କ ଘରେ ପହଞ୍ଚି ତାଙ୍କ ଘରର କବାଟ ବାଡେଇବା ସହ ଘରେ ଥିବା ୧୮ ବର୍ଷ ବୟସ୍କ ଝିଅ ବର୍ଷା ନାଥକୁ ସେହିଦିନର ଘଟଣା ବାବଦରେ ପଚରାଉଚରା କରିଥିଲେ ଏବଂ ବର୍ଷାକୁ ବିଭିନ୍ନ ଧମକଚମକ ମଧ୍ୟ ଦେଇଥିଲେ ବୋଲି ଅଭିଯୋଗ କରିଛନ୍ତି ତାଙ୍କର କିଛି ସମ୍ପର୍କୀୟ । ଫଳରେ ପୋଲିସ ଜୁଲୁମରେ ଅତିଷ୍ଠ ତଥା ଭୟଭୀତ ହୋଇ ବର୍ଷା ଗତକାଲି ରାତିରେ ଆତ୍ମହତ୍ୟା କରିଥିବା ଅଭିଯୋଗ କରିଛନ୍ତି ବର୍ଷାଙ୍କ ସମ୍ପର୍କୀୟ । ଅପରପକ୍ଷରେ ପୋଲିସ ଗତକାଲି ରାତିରେ ସେଠାକୁ ଯାଇ ନ ଥିବା ଏବଂ ବର୍ଷାର ବାପା ମାନସ ଏହି ମାମଲାରେ ଜଡ଼ିତ ରହିଥିବା ବିଷୟ ନିଜ ସଫେଇରେ ପ୍ରକାଶ କରିଛି । ତେବେ ଆଜି ସକାଳୁ ପରିବାର ଓ ଗ୍ରାମବାସୀ ଏକାଠି ହୋଇ ବର୍ଷାର ମରଶରୀରକୁ ରାସ୍ତାରେ ରଖି ଜଗତସିଂହପୁର- ନାଉଗାଁ ରାସ୍ତାକୁ ଅବରୋଧ କରିବା ସହ ଘଟଣାର ଉଚ୍ଚ ସ୍ତରୀୟ ତଦନ୍ତ ଦାବି କରିଛନ୍ତି । ଜଗତସିଂହପୁର ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଉତ୍ୟକ୍ତ ଲୋକଙ୍କୁ ବୁଝାଶୁଝା କରିବା ସହ ସ୍ଥାନୀୟ ଲୋକ ପ୍ରତିନିଧିଙ୍କ ସହ ଆଲୋଚନା କରି ରାସ୍ତା ଅବରୋଧ ହଟାଇବା ନିମନ୍ତେ
ଉଦ୍ୟମ କରିଥିଲା ।

LEAVE A REPLY

Please enter your comment!
Please enter your name here