ଧାର୍ମିକ ରୀତିନୀତି ଲାଗି ହିଜାବ ଜରୁରୀ ନୁହେଁ । ହିଜାବ ଆବେଦନ ହାଇକୋର୍ଟରେ ଖାରଜ । ଶିକ୍ଷାନୁଷ୍ଠାନରେ ସମାନତା ନୀତିକୁ ଛାତ୍ରଛାତ୍ରୀ ବିରୋଧ କରିପାରିବେ ନାହିଁ । କର୍ଣ୍ଣାଟକ ହାଇକୋର୍ଟରେ ହିଜାବ ମାମଲା ନେଇ ହାଇକୋର୍ଟରେ ହୋଇଥିବା ନିବେଦନ ଖାରଜ ହୋଇଛି । ହିଜାବ ଧର୍ମର ପ୍ରମୂଖ ଅଂଶ ନୁହଁ କହିଲେ ହାଇକୋର୍ଟ । ସ୍କୁଲ ୟୁନିଫର୍ମ ପିନ୍ଧିବାକୁ ଛାତ୍ରଛାତ୍ରୀ ମନା କରିପାରିବେ ନାହିଁ । ଶିକ୍ଷାନୁଷ୍ଠାନରେ ହିଜାବ ବ୍ୟାନକୁ ଚ୍ୟାଲେଞ୍ଜ କରି ହୋଇଥିଲା ଏହି ଆବେଦନ । ଗତ ଜାନୁଆରୀରେ ରାଜ୍ୟରେ ଉଠିଥିବା ଏହି ପ୍ରସଙ୍ଗକୁ ନେଇ ବହୁ ବିବାଦ ଦେଖିବାକୁ ମିଳିଥିଲା । ଏପରିକି କର୍ଣ୍ଣାଟକରୁ ଆରମ୍ଭ କରି ଦେଶର ବିଭିନ୍ନ ସ୍ଥାନକୁ ଏହି ବିବାଦ ବ୍ୟାପିଥିଲା ।

LEAVE A REPLY

Please enter your comment!
Please enter your name here