ଆସନ୍ତାକାଲି ପୌର ଭୋଟ ଗଣତି ହେବ । ତେବେ କେମିତି ହେବ ଭୋଟ୍ ଗଣତି, କେଉଁ ପଦ୍ଧତିରେ ହେବ ଏନେଇ ପୂରା ତଥ୍ୟ ଦେଇଛନ୍ତି ରାଜ୍ୟ ନିର୍ବାଚନ କମିଶନଙ୍କ ସଚିବ । ୩ଟି ମହାନଗରରେ କର୍ପୋରେଟରଙ୍କ ପାଇଁ ୧୨ ଟି ଲେଖାଏଁ ଟେବୁଲ ବ୍ୟବସ୍ଥା କରାଯାଇଛି । ମେୟର ଭୋଟ ଗଣତି ପାଇଁ ମଧ୍ୟ ୧୨ଟି ଟେବୁଲ ରହିବ । ପ୍ରତି ଟେବୁଲରେ ଜଣେ ସୁପରଭାଇଜର ଓ ୨ ସହଯୋଗୀ ରହିବେ । ମ୍ୟୁନିସିପାଲିଟିରେ ୫ଟି ଏବଂ ଏନଏସିରେ ୨ ଟି ଲେଖାଏଁ ଟେବୁଲ । ଗୋଟିଏ ୱାର୍ଡର ସବୁ ବୁଥ୍ ସରିଲେ ରେଜଲ୍ଟ ଘୋଷଣା କରାଯିବ । ପ୍ରଥମେ ନିର୍ବାଚନ କର୍ମଚାରୀ ଦେଇଥିବା ପୋଷ୍ଟାଲ ବାଲାଟ ଗଣତି କରାଯିବ । ପୋଷ୍ଟାଲ ବାଲାଟ ଗଣତି ପରେ ଇଭିଏମ ଭୋଟ୍ ଗଣତି କରାଯିବ । ଧାମନଗର ଏନଏସିରେ ଭୋଟ ଗଣତି ବନ୍ଦ ରଖାଯିବାକୁ ନିଷ୍ପତ୍ତି ନିଆଯାଇଛି । ପୁରା ଗଣତି ପ୍ରକ୍ରିୟା ସିସିଟିଭି ନଜରରେ ରହିବ ମେୟର ପାଇଁ ପ୍ରତି ରାଉଣ୍ଡ ଅନୁଯାୟୀ ଭୋଟ ସଂଖ୍ୟା ଗଣନା ମାଇକ ଯୋଗେ ଘୋଷଣା ହେବ । କର୍ପୋରେଟର ପାଇଁ ୱାର୍ଡ ଅନୁଯାୟୀ ଗଣତି ଫଳାଫଳ ମାଇକ ଯୋଗେ ଘୋଷଣା ହେବ ।
ପ୍ରତି କାଉଣ୍ଟିଂ ଟେବୁଲରେ ଜଣେ ଜେଣ ସୁପରଭାଇଜର ରହିବେ । ତାଙ୍କ ସହ ଜଣେ କାଉଣ୍ଟିଂ ଆସିଷ୍ଟାଣ୍ଟ୍ ନିୟୋଜିତ ରହିବେ । ଏମାନଙ୍କୁ ସାହାଯ୍ୟ ପାଇଁ ଜଣେ ଜଣେ ଗ୍ରୁପ୍-ଡି କର୍ମଚାରୀ ନିୟୋଜିତ ହେବେ । ଯେଉଁଠି ଯେତିକି ଟେବୁଲ କାଉଣ୍ଟିଂ ହେଉଛି ସେଠି ସେତିକି ଏଜେଣ୍ଟ ଦେଇପାରିବେ । ଏଜେଣ୍ଟ ହେବାକୁ ଚାହୁଁଥିଲେ ସନ୍ଧ୍ୟା ୫ଟା ଭିତରେ ବାୟୋଡାଟା ଦେବେ । ସ୍ଥାନୀୟ ଇଲେକ୍ସନ ଅଫିସରଙ୍କୁ ଆଜି ସନ୍ଧ୍ୟା ୫ଟା ସୁଦ୍ଧା ଦେବାକୁ ପଡ଼ିବ ।

LEAVE A REPLY

Please enter your comment!
Please enter your name here