ମର୍ମନ୍ତୁଦ ସଡକ ଦୂର୍ଘଟଣା । ପୁଅର ଜନ୍ମଦିନ ପାଇଁ କେକ୍ ଆଣି ଘରକୁ ଫେରୁଥିବାବେଳେ ସଡକ ଦୁର୍ଘଟଣାରେ ବାପା-ପୁଅଙ୍କର ମୃତ୍ୟୁ ଘଟିଛି । ଏଭଳି ଅଘଟଣ ଘଟିଛି ଜଗତସିଂହପୁର ଜିଲ୍ଲା କୁଜଙ୍ଗ ବ୍ଲକ କଟକ- ପାରାଦୀପ ରାସ୍ତାର ପଥୁରିଆ ଛକଠାରେ । କୁଜଙ୍ଗ ବ୍ଲକ ବଡପାଳ ଗାଁର ପରିକ୍ଷିତ ଶତପଥୀ ଏବଂ ପୁଅ ଓମ ସାଇ ଏକ ସ୍କୁଟିରେ କୁଜଙ୍ଗ ବଜାରରୁ କେକ୍ ନେଇ ଘରକୁ ଫେରୁଥିଲେ । ରାସ୍ତାରେ ଜଣେ ସର୍ମ୍ପକୀୟ ଦେଖାହେବାରୁ ୩ଜଣ ଗାଡିରେ ବସି ଘରକୁ ଯାଉଥିଲେ । ତେବେ କଟକ ପଟୁ ଆସୁଥିବା ଏକ କାର୍ ସେମାନଙ୍କ ସ୍କୁଟିକୁ ଧକ୍କା ଦେଇଥିଲା । ଘଟଣାସ୍ଥଳରେ ହିଁ ୩ଜଣଙ୍କର ମୃତ୍ୟୁ ହୋଇଛି । ଏହାର ପ୍ରତିବାଦରେ ଉତ୍ତ୍ୟକ୍ତ ଲୋକେ ରାସ୍ତାରୋକ କରିଥିଲେ । ଫଳରେ ଦୀର୍ଘ ସମୟ ଧରି ଘଟଣାସ୍ଥଳରେ ଉତ୍ତେଜନା ଲାଗି ରହିଥିଲା ।  ପରିକ୍ଷିତଙ୍କ ବୟସ ୫୩ ହୋଇଥିବା ବେଳେ ସାଇର ବୟସ ୨୬ ବର୍ଷ ହେବ ।

LEAVE A REPLY

Please enter your comment!
Please enter your name here