ଗୁପ୍‌ଚୁପ୍ ଖାଉଥିଲେ ହୋଇଯାଆନ୍ତୁ ସାବଧାନ୍ । ପାଟିକୁ ସୁଆଦିଆ ଲାଗୁଥିବା ଖଟାପାଣି ସହ ଗୁପଚୁପ୍ କେଉଁ ପରିବେଶରେ ପ୍ରସ୍ତୁତ ହେଉଛି ତାହା ଆମେ ଜାଣିନଥାଉ । ଏବଂ ଅଧିକାଂଶ ସ୍ଥାନରେ ବଳିଯାଇଥିବା ବାସି ଖଟାପାଣିକୁ ଗ୍ରାହକଙ୍କୁ ଦେଇଥାନ୍ତି ଗୁପଚୁପ୍ ବ୍ୟବସାୟୀ । କଟକରେ ଏମିତି ଅଭିଯୋଗ ଆସିବା ପରେ ସିଏମସି ଚଢାଉ କରିଥିଲା । ବୁଲାବିକାଳୀଙ୍କ ଦ୍ୱାରା ପ୍ରସ୍ତୁତ ହେଉଥିବା ଗୁପଚୁପର ମାନ ପରୀକ୍ଷା କରାଯାଇଥିଲା । ଅସ୍ୱାସ୍ଥ୍ୟକର ପରିବେଶରେ ଚାଲିଥିଲା ଗୁପ୍‌ଚୁପ୍ ପ୍ରସ୍ତୁତି । ଯେଉଁଥିରେ ବହୁଳ ମାତ୍ରାରେ ଲାଗିଥିଲେ ମାଛି । କଟକ ଶଙ୍କରପୁର ସମେତ ସହରର ବିଭିନ୍ନ ଗୁପଚୁପ୍ ବ୍ୟବସାୟୀଙ୍କ ଘରେ ସିଏମସି ଚଢାଉ ଜାରି ରଖିଛି ।

LEAVE A REPLY

Please enter your comment!
Please enter your name here