ଭୁବନେଶ୍ବରରେ ଏକ ଘରୋଇ ବିଶ୍ବବିଦ୍ୟାଳୟରେ କାର୍ଯ୍ୟ କରୁଥିବା ଜଣେ ସହକାରୀ ପ୍ରଫେସରଙ୍କୁ ଦୁଷ୍କର୍ମ । ଦୁଷ୍କର୍ମର ଶୀକାର ହୋଇଥିବା ଯୁବତୀ ଛତିଶଗଡର । ଦୁଷ୍କର୍ମ ସଂପର୍କରେ ସେ ଛତିଶଗଡ କରିବନଗର ଥାନାରେ ଏତଲା ଦେବା ପରେ ଛତିଶଗଡ ପୋଲିସ ଖଣ୍ଡଗିରି ଥାନା ସହ ଯୋଗାଯୋଗ କରି କାର୍ଯ୍ୟାନୁଷ୍ଠାନ ପାଇଁ ନିର୍ଦ୍ଦେଶ ଦେଇଛି ।
ସହକାରୀ ପ୍ରଫେସର ଦେଇଥିବା ଏତଲା ଅନୁଯାୟୀ, ଭୁବନେଶ୍ବରରେ ଏକ ଘରୋଇ ବିଶ୍ବବିଦ୍ୟାଳୟରେ କାର୍ଯ୍ୟ କରୁଥିବା ସମୟରେ ଦୁଷ୍କର୍ମ କରିଥିବା ବ୍ୟକ୍ତିଙ୍କ ସହ ତାଙ୍କର ପରିଚୟ ହୋଇଥିଲା । ଉଭୟଙ୍କ ମଧ୍ୟରେ ବନ୍ଧୁତା ରହିଥିଲା । ମାତ୍ର କୋଲ୍ଡଡ୍ରିଙ୍କ୍ସରେ ନିଶା ଦେଇ ସେ ତାଙ୍କୁ ଦୁଷ୍କର୍ମ କରିବା ସହ ତାର ଭିଡିଓ ଉତ୍ତୋଳନ କରିଥିଲା । ଏହାପରେ ସଂପୃକ୍ତ ବ୍ୟକ୍ତି ତାଙ୍କୁ ବ୍ଲାକମେଲ୍ କରିବା ସହ ବାରମ୍ବାର ଶାରିରୀକ ସମ୍ପର୍କ ରଖିବାକୁ ବାଧ୍ୟ କରୁଥିଲା । ଏପରିକି ଟଙ୍କା ବି ମାଗୁଥିଲା । ଦୁଷ୍କର୍ମ, ବ୍ଲାକମେଲରେ ଅତିଷ୍ଠ ହୋଇ ସେ ଚାକିରୀ ଛାଡି ଛତିଶଗଡ ଫେରିଯାଇଥିଲେ । ପରେ ସେ କରିବନଗର ଥାନାରେ ଏତଲା ଦେଇଥିଲେ ।