ଝଙ୍କଡ ବାସିନୀ ସାରଳା ମନ୍ଦିରର ଉନ୍ନତିକରଣ ପାଇଁ ଖର୍ଚ୍ଚ ହେବ 42 କୋଟି ଟଙ୍କା । ସାରଳା ମନ୍ଦିର ପାଇଁ ପ୍ରଥମ ପର୍ଯ୍ୟାୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ 42 କୋଟି ଟଙ୍କା ଘୋଷଣା କରିଛନ୍ତି । ବର୍ଷକ ମଧ୍ୟରେ ଏହି ଅନୁଦାନ ଅର୍ଥ ଖର୍ଚ୍ଚ କରାଯିବ । ଏଥିରେ ମନ୍ଦିର ପରିସରରେ ଥିବା ମନ୍ଦିରଗୁଡିକର ବିକାଶ କରାଯିବା ସହ ମନ୍ଦିର ପୁଷ୍କରିଣୀର ନବୀକରଣ କରାଯିବ । ସେହିପରି ମନ୍ଦିରର ଚାରିଦ୍ବାର ସହ ଐତିହ୍ୟ ପ୍ରାଚୀର ନିର୍ମାଣ କରିବାକୁ ସ୍ଥିର କରାଯାଇଛି ।

LEAVE A REPLY

Please enter your comment!
Please enter your name here