ଅନ୍ତର୍ଜାତୀୟ କ୍ରିକେଟକୁ ଅଲବିଦା କହିଛନ୍ତି ଭାରତୀୟ ମହିଳା ଖେଳାଳୀ ମିତାଲି ରାଜ୍ । ଆଜି ଟୁଇଟ କରି ସେ ଅବସର ଘୋଷଣା କରିଛନ୍ତି । ଅନ୍ତର୍ଜାତୀୟ କ୍ରିକେଟର ସବୁ ଫର୍ମାଟରୁ ସେ ଅବସର ନେଇଛନ୍ତି । ୧୯୯୯ ମସିହାରେ ମାତ୍ର ୧୬ ବର୍ଷ ବୟସରେ ଭାରତୀୟ ଟିମରେ ଯୋଗ ଦେଇଥିଲେ । ୨୩ ବର୍ଷର ଲମ୍ବା ଯାତ୍ରାରେ ସେ ବ୍ରେକ୍ ଲଗାଇଛନ୍ତି । ଭାରତୀୟ ମହିଳା କ୍ରିକେଟ ଟିମ୍‌ର ପୂର୍ବତନ କ୍ୟାପଟେନ ହେଉଛନ୍ତି ମିତାଲି ରାଜ୍ । ବିଶ୍ୱକପ ସହ ଅନେକ ଟୁର୍ଣ୍ଣାମେଣ୍ଟରେ ସେ ଅଧିନାୟକ ପଦ ତୁଲାଇଛନ୍ତି । ସେ ଭାରତ ପାଇଁ ମୋଟ୍ ୧୨ଟି ଟେଷ୍ଟ ଖେଳିଛନ୍ତି । ୨୩୨ଟି ଦିନିକିଆରେ ସଂଗ୍ରହ କରିଛନ୍ତି ୭ ହଜାର ୮୦୫ ରନ୍ । ଦିନିକିଆରେ ମିତାଲି ୭ଟି ଶତକ ଓ ୬୪ ଟି ଅର୍ଦ୍ଧଶତକ ମାରିଛନ୍ତି । ୮୯ଟି ଟି-ଟ୍ୱେଣ୍ଟିରେ ୨ ହଜାର ୩୬୪ ରନ୍ ସଂଗ୍ରହ କରିଛନ୍ତି । ଆଜି ସବୁ ପ୍ରକାର କ୍ରିକେଟ ଫର୍ମାଟକୁ ସେ ଅଲବିଦା କହିଛନ୍ତି ।

LEAVE A REPLY

Please enter your comment!
Please enter your name here