ଶ୍ରୀଲଙ୍କାରେ ଜାରି କରାଯାଇଛି ଜରୁରୀକାଳିନ ପରିସ୍ଥିତି । ରାଷ୍ଟ୍ରପତି ଗୋଟାବାୟା ଦେଶ ଛାଡିବା ପରେ ମଧ୍ୟ ଲୋକଙ୍କ ଆକ୍ରୋଶ କମିନଥିବାରୁ ଏବଂ ବିକ୍ଷୋଭ ଜୋରଦାର ହେବାରୁ ପ୍ରଧାନମନ୍ତ୍ରୀ ରାନିଲ ବିକ୍ରମସିଙ୍ଘେଙ୍କ ଜରୁରୀକାଳିନ ପରିସ୍ଥିତି ଘୋଷଣା କରିଛନ୍ତି । ଗତ ରାତିରେ ହିଁ ଦେଶଛାଡି ପଳାୟନ କରିଛନ୍ତି ରାଷ୍ଟ୍ରପତି ଗୋଟାବାୟା । ଏହସତ୍ତ୍ୱେ ଉତ୍ତ୍ୟକ୍ତ ଲୋକଙ୍କ ବିକ୍ଷୋଭ ଜୋରଦାର ହୋଇଛି । ଆଜି ହଜାର ହଜାର ଲୋକ ପ୍ରଧାନମନ୍ତ୍ରୀଙ୍କ ବାସଭବନ ସାମ୍ନାରେ ବିକ୍ଷୋଭ କରିଛନ୍ତି । ବାସଭବନ ଭିତରକୁ ଧସେଇ ପଶିବାକୁ ସେମାନେ ଉଦ୍ୟମ କରିଛନ୍ତି । ପରିସ୍ଥିତିକୁ ନିୟନ୍ତ୍ରଣ କରିବାକୁ ପୋଲିସ ଫୋର୍ସ ନିୟୋଜିତ ଅଛନ୍ତି ।

LEAVE A REPLY

Please enter your comment!
Please enter your name here