ବଢିଲା କୋଭିଡ କଟକଣା I ମାସ୍କ ନାହିଁ ତ ବଜାରରେ ଜିନିଷ ମିଳିବନି I ଦୋକାନରେ ନୋ ମାସ୍କ ନୋ ଏଣ୍ଟ୍ରି ଲେଖିବାକୁ ବିଏମସି ନିୟମ କରିଛି I ଏପରିକି ପେଟ୍ରୋଲ ଟାଙ୍କିରେ ବି ମାସ୍କ ନ ପିନ୍ଧିଲେ ପେଟ୍ରୋଲ ଦେବାକୁ ମନା କରାଯାଇଛି I ଭୁବନେଶ୍ୱରରେ କୋଭିଡ ସଂକ୍ରମଣ ବଢ଼ୁଥିବାରୁ ବିଏମସି ଏହି ନିଷ୍ପତ୍ତି ନେଇଛି I ବ୍ୟବସାୟୀ ଓ ପେଟ୍ରୋଲ ଟାଙ୍କି ମାଲିକଙ୍କୁ କଡା ନିର୍ଦେଶ ଦିଆଯାଇଛି I