ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଏକ ପୁରୁଣା ସାକ୍ଷାତକାର ସାମ୍ନାକୁ ଆସିଛି । ଏହି ଭିଡିଓରେ ଦ୍ରୌପଦୀ କହିଛନ୍ତି ଯେ, ଦ୍ରୌପଦୀ ମୋର ଅସଲି ନାଁ ନୁହେଁ । ମୋର ଏହି ନାଁ ରଖିଛନ୍ତି ମୋ ଟିଚର । ମହାଭାରତର ଥିବା ଦ୍ରୌପଦୀଙ୍କ ନାଁକୁ ମୋର ନାମକରଣ କରିଛନ୍ତି ସାର୍ ।
ଯେହେତୁ ମୁଁ ସାନ୍ତାଳି ସମ୍ପ୍ରଦାୟର ସେଥିପାଇଁ ମୋ ନାଁ ଥିଲା ପୁଟି । ଏହି ନାଁକୁ କିନ୍ତୁ ମୋ ଟିଚର ବଦଳାଇଦେଇଥିଲେ ।
୧୯୬୦ ମସିହାରେ ମୟୂରଭଞ୍ଜ ଜିଲ୍ଲାରେ କୌଣସି ଟିଚର ନଥିଲେ । ଶିକ୍ଷାଦାନ ପାଇଁ ବାହାର ଜିଲ୍ଲା କଟକ ଏବଂ ଅନ୍ୟ ଜିଲ୍ଲାରୁ ଆସୁଥିଲେ ଶିକ୍ଷକ । ମୋ ଟିଚରଙ୍କୁ ମୋ ପୁରୁଣା ନାଁ ପସନ୍ଦ ଆସୁନଥିଲା । ସେଥିପାଇଁ ନାଁ ବଦଳାଇଦେଇଥିଲେ ସାର୍ । ଦ୍ରୁପଦିରୁ ମଧ୍ୟ ଦ୍ରୌପଦୀ କରାଗଲା ।

LEAVE A REPLY

Please enter your comment!
Please enter your name here