ଶାରଦୀୟ ଦୂର୍ଗାପୂଜା ଲାଗି ଚଳଚଞ୍ଚଳ ଶକ୍ତିପୀଠ । ଚାଲିଛି ମା’ଙ୍କ ଷୋଡଶ ଉପଚାର । କଟକର ବିଭିନ୍ନ ଶକ୍ତିପୀଠ ଗୁଡିକରେ ଆରମ୍ଭ ହୋଇଛି ୧୬ ଦିନାତ୍ମକ ପୂଜା ଓ ବେଶ । କଟକର ଆରଧ୍ୟ ଦେବୀ ମା’ କଟକ ଚଣ୍ଡି ଗତକାଲି ସଦ୍ଧେଶ୍ୱରୀ ବେଶରେ ଭକ୍ତଙ୍କୁ ଦର୍ଶନ ଦେଇଛନ୍ତି । ସେହିଭଳି କମଳା ବେଶରେ ଦର୍ଶନ ଦେଇଛନ୍ତି ମା’ ଗଡଚଣ୍ଡି । ମା’ଙ୍କ ଦୈନଦିନ ବେଶ ସହ ହୋମ , ଯଗ୍ୟ ଓ ଚଣ୍ଡିପାଠରେ ସମଗ୍ର ଅଞ୍ଚଳରେ ଭକ୍ତିମୟ ପରିବେଶ ଲାଗି ରହିଛି । ଆଜି କଟକ ଚଣ୍ଡିଙ୍କ ଉଗ୍ରତାରା ବେଶ । ଗଡଚଣ୍ଡିଙ୍କର କାଳୀ ବେଶ ଅନୁଷ୍ଠିତ ହେବ ।

LEAVE A REPLY

Please enter your comment!
Please enter your name here