ପୂର୍ବତନ ସାଂସଦ, ରାଜନୀତିଜ୍ଞ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ପତ୍ନୀ ଜୟନ୍ତୀ ପଟ୍ଟନାୟକଙ୍କ ପରଲୋକ । ଗତକାଲି ସଂଧ୍ୟାରେ ଏକ ଘରୋଇ ହସପିଟାଲରେ ତାଙ୍କର ଦେହାନ୍ତ ହୋଇଥିଲା । ଆଜି ତାଙ୍କ ମରଶରୀର କଂଗ୍ରେସ ଭବନ ଅଣାଯିବା ପରେ ବହୁ ରାଜନେତା ତାଙ୍କର ଶେଷଦର୍ଶନ କରି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ଆଜି ପୁରୀ ସ୍ବର୍ଗଦ୍ବାରରେ ତାଙ୍କର ଶେଷକୃତ୍ୟ ସଂପନ୍ନ ହେବ । ମୃତ୍ୟୁ ବେଳକୁୁ ତାଙ୍କୁ 90 ବର୍ଷ ବୟସ ହୋଇଥିଲା ।

ଜୟନ୍ତୀ ପଟ୍ଟନାୟକ ଜାତୀୟ ମହିଳା କମିଶନକ ପ୍ରଥମ ଅଧ୍ୟକ୍ଷା ଥିଲେ । ସେହିପରି ଲୋକସଭାକୁ ସେ ପ୍ରଥମ ଓଡିଆ ମହିଳା ସାଂସଦ ଭାବେ 1981ରେ ନିର୍ବାଚିତ ହୋଇଥିଲେ । ସେ ଚାରିଥର ସାଂସଦ ହୋଇଥିଲେ । କେବଳ ଜଣେ ରାଜନୀତିଜ୍ଞ ନୁହେଁ, ଜଣେ ସାହିତ୍ୟିକ ଭାବେ ମଧ୍ୟ ସୁପରିଚିତ ଥିଲେ । ଶ୍ରୀମତୀ ପଟ୍ଟନାୟକଙ୍କ ବିୟୋଗରେ ବହୁ ବରିଷ୍ଠ ବ୍ୟକ୍ତି ଶୋକ ପ୍ରକାଶ କରିବା ସ୍ବର୍ଗତଃ ଆତ୍ମାର ସଦଗତି କାମନା କରିଛନ୍ତି ।

LEAVE A REPLY

Please enter your comment!
Please enter your name here