ସିନେ ପ୍ରଯୋଜକ ଅକ୍ଷୟ ପରିଜାଙ୍କ ନାଁରେ ଯୌନ ନିର୍ଯାତନା ଅଭିଯୋଗ । ଜଣେ ଦଳିତ ବର୍ଗର ଯୁବତୀ ଅକ୍ଷୟ ପରିଜାଙ୍କ ନାଁରେ ଏହି ଅଭିଯୋଗ କରିଛନ୍ତି । ଯୌନ ନିର୍ଯାତନା ସଂପର୍କରେ ଯୁବତୀଙ୍କ ଅଭିଯୋଗର ଭିଡିଓ ଭାଇରାଲ ହୋଇଛି । ଏକ ଲିଖିତ ଅଭିଯୋଗର ନକଲ ଏବଂ କେତେକ ଅଶ୍ଳୀଳ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ଏ କଥା ପଦାକୁ ଆସିଛି । ମିଳିଥିବା ସୂଚନା ଅନୁଯାୟୀ, ସିନେମାରେ ଅଭିନୟ କରିବା ପାଇଁ ଦଳିତବର୍ଗର ଯୁବତୀ ଅକ୍ଷୟ ପରିଜାଙ୍କ ଘରେ ବର୍ଷାଧିକ କାଳ ରହିଥିଲେ । ଏହି ସମୟରେ ଯୁବତୀଙ୍କ ସହ ଶ୍ରୀ ପରିଜା ଜୋରଜବରଦସ୍ତ ଶାରିରୀକ ସଂପର୍କ ରଖିଥିବା ନେଇ ଯୁବତୀ ଅଭିଯୋଗ କରିଛନ୍ତି । ଏବେ ଯୁବତୀଙ୍କ ବାହାଘର ଅନ୍ୟତ୍ର ଠିକ ହେବା ପରେ ତାଙ୍କୁ ସେ ଧମକ ଦେଉଥିବା ଏବଂ ଜୀବନରେ ମାରିଦେବାକୁ ଧମକ ଦେଉଥିବା କହିଛନ୍ତି ଯୁବତୀ । ତେବେ ଏ ସଂପର୍କରେ ଏପର୍ଯ୍ୟନ୍ତ ଥାନାରେ କୌଣସି ଏତଲା ରୁଜୁ ହୋଇନାହିଁ । ଅକ୍ଷୟ ପରିଜା ମଧ୍ୟ ଘଟଣା ସଂପର୍କରେ କିଛି ପ୍ରତିକ୍ରିୟା ଦେଇନାହାଁନ୍ତି ।

LEAVE A REPLY

Please enter your comment!
Please enter your name here