ଆଜି ମହାଦେବୀଙ୍କ ମହାନବମୀ ପୂଜା । ଉତ୍ସବମୁଖର ହୋଇପଡ଼ିଛି ସାରା ରାଜ୍ୟ । ସୁନା, ରୁପା ମେଢ଼ରେ ଝଟକୁଛନ୍ତି ମା’ ଜଗଦଜନନୀ । ଆଜି ମହାନବମୀ ଉପଲକ୍ଷେ ସକାଳୁ ମା’ଙ୍କ ବିଭିନ୍ନ ନୀତିକାନ୍ତି କରାଯାଇଛି । ମା’ଙ୍କ ଆରାଧନା ପାଇଁ ପୂଜା ମଣ୍ଡପ ଗୁଡ଼ିକରେ ଭକ୍ତଙ୍କ ଲମ୍ବା ଧାଡି । ଚାରିଆଡେ ଶ୍ରଦ୍ଧାଳୁଙ୍କ ନାହିଁନଥିବା ଗହଳି । ରାସ୍ତାରେ ଟ୍ରାଫିକ୍ ନିୟନ୍ତ୍ରଣ ପାଇଁ ବ୍ୟବସ୍ଥା ହୋଇଥିଲେ ମଧ୍ୟ ପୂଜା ମଣ୍ଡପ ରାସ୍ତାରେ ପ୍ରବଳ ଭକ୍ତଙ୍କ ସମାଗମ ଦେଖିବାକୁ ମିଳୁଛି । ବିଶେଷ କରି ପୂଜା କମିଟି ପକ୍ଷରୁ ସାଂସ୍କୃତିକ କାର୍ଯ୍ୟକ୍ରମକୁ ଦର୍ଶକ ବେଶ୍ ଉପଭୋଗ କରୁଛନ୍ତି ।ଚଳିତ ବର୍ଷ ରାଜଧାନୀର ଛୋଟ ବଡ଼ ମିଶାଇ ମୋଟ ୧୭୮ ପୂଜା ମଣ୍ଡପରେ ମା’ ଦୁର୍ଗତିନାଶିନୀ ପୂଜା ପାଉଛନ୍ତି ।

LEAVE A REPLY

Please enter your comment!
Please enter your name here