ପାଖାପାଖି 7ରୁ ଅଧିକ ମଣିଷ ଖପୁରୀ ଜବତ କରିଛି ପୁରୀ ପୋଲିସ । ଏଭଳି ଘଟଣା କିଛି ନୂଆ କଥା ନୁହେଁ । ପୂର୍ବରୁ ମଧ୍ୟ ଏଭଳି ଖବର ସାମ୍ନାକୁ ଆସିଛି । ଆଉ ରବିବାର ଦିନ ଏହି ଘଟଣା ପଦାକୁ ଆସିବା ପରେ  ପୁରୀରେ ଚାଞ୍ଚଲ୍ୟ ଖେଳିଯାଇଛି । ପୁରୀର କମଳା ହସ୍ପିଟାଲ ପଛପଟୁ ମିଳିଛି 7ରୁ ଅଧିକ ଖପୁରୀ । ହସ୍ପିଟାଲର ପଛପଟେ ବସ୍ତା ଭିତରେ ବନ୍ଧା ହୋଇ ପଡିଥିଲା ଏହି ଖପୁରୀ । ଖବର ପାଇ ଘଟଣାସ୍ଥଳରେ ସମୁଦ୍ରକୂଳ ଥାନା ପୋଲିସ ପହଁଞ୍ଚି ତଦନ୍ତ ଆରମ୍ଭ କରିଛି ।

LEAVE A REPLY

Please enter your comment!
Please enter your name here