ହସପିଟାଲରେ ଚିକିତ୍ସିତ ହେଉଥିବା ଜଣେ ଡେଙ୍ଗୁ ରୋଗୀଙ୍କୁ ବ୍ଲଡ୍ ପ୍ଲାଟଲେଟ୍ ବଦଳରେ ଜୁସ୍ ଦିଆଗଲା । ଜୁସ୍ ଡ୍ରିପ୍ ଦେବାର କିଛି ସମୟ ପରେ ରୋଗୀ ମୃତ୍ୟୁବରଣ କଲେ । ଏମିତି ଘଟଣା ଘଟିଛି ଉତ୍ତର ପ୍ରଦେଶ ପ୍ରୟାଗରାଜ ସ୍ଥିତ ଗ୍ଲୋବାଲ ହସପିଟାଲ ଆଣ୍ଡ ଟ୍ରମା ସେଣ୍ଟରରେ । 32 ବର୍ଷୀୟ ଜଣେ ଡେଙ୍ଗୁ ରୋଗୀଙ୍କ ଚିକିତ୍ସା ଚାଲିଥିବା ବେଳେ ହସପିଟାଲ କର୍ତ୍ତୃପକ୍ଷ ବ୍ଲଡ୍ ପ୍ଲାଟଲେଟ ଡ୍ରିପ୍ ଦେଇଥିଲେ । ରୋଗୀଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଅନ୍ୟ ଏକ ହସପିଟାଲକୁ ସ୍ଥାନାନ୍ତର କରାଯାଇଥିଲା । ମାତ୍ର ହସପିଟାଲରେ ପହଞ୍ଚିବା ବେଳକୁ ରୋଗୀ ମୃତ୍ୟୁବରଣ କରିସାରିଥିଲା । ମାତ୍ର ସିଲ୍ ଥିବା ବ୍ଲଡ ପ୍ଲାଟଲେଟ ପ୍ୟାକେଟରେ ପ୍ଲାଟଲେଟ ବଦଳରେ ଫଳ ଜୁସ୍ ଥିବା ଜଣାପଡିଛି । ଏହାକୁ ନେଇ ରୋଗୀଙ୍କ ସଂପର୍କୀୟ ହସପିଟାଲ କର୍ତ୍ତୃପକ୍ଷଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଛନ୍ତି । ଅନ୍ୟପକ୍ଷରେ ହସପିଟାଲ କର୍ତ୍ତୃପକ୍ଷ ଅଭିଯୋଗକୁ ଅସ୍ବୀକାର କରିଛନ୍ତି । ରୋଗୀଙ୍କ ସଂପର୍କୀୟଙ୍କୁ ବ୍ଲଟ ପ୍ଲାଟଲେଟ ଆଣିବାକୁ କୁହାଯାଇଥିଲା ବୋଲି ହସପିଟାଲ ପକ୍ଷରୁ କୁହାଯାଇଛି ।

LEAVE A REPLY

Please enter your comment!
Please enter your name here