ଦେଶରେ ଏବେ ସୁଦ୍ଧା ୩୦ କୋଟି ଗ୍ରାହକ ଅଛନ୍ତି । ଗ୍ୟାସ ସିଲିଣ୍ଡରର ସଂଖ୍ୟା ୭୦ କୋଟି । ସବୁଠୁ ଅଧିକ ଗ୍ରାହକ ଇଣ୍ଡିଆନ ଅଏଲ କର୍ପୋରେସନର । ଗ୍ୟାସର ମୂଲ୍ୟ ବୃଦ୍ଧି ପାଇବା ସାଙ୍ଗକୁ ଚୋରୀ ବି ଦ୍ରୁତ ବେଗରେ ବଢୁଛି । ଏହାକୁ ରୋକିବାକୁ ସରକାର ଏବେ ପ୍ରସ୍ତୁତ ହେଉଛନ୍ତି । ଯଦି ଆପଣ ଏଲପିଜି ସିଲିଣ୍ଡର ବ୍ୟବହାର କରୁଥିବେ । ତାହେଲେ ଏ ଖବର ଆପଣଙ୍କ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଆପଣ ମଧ୍ୟ ଅନେକ ଥର ଏମିତି ଅସୁବିଧାର ସମ୍ମୁଖୀନ ହୋଇଥିବେ । ଆପଣଙ୍କ ଘରକୁ ଆସିଥିବା ସିଲିଣ୍ଡରରେ ଗ୍ୟାସ କମ ଥାଏ । ଆଉ ଚୋରୀ ହେବନାହିଁ ଗ୍ୟାସ । ଏଥିପାଇଁ ସରକାର ନେଇଛନ୍ତି ବଡ ପଦକ୍ଷେପ । ବର୍ତ୍ତମାନ ଆପଣଙ୍କ ଘରକୁ କ୍ୟୁଆର କୋଡ ଥିବା ଏକ ସିଲିଣ୍ଡର ଆସିବ । ଯାହା ଗ୍ୟାସ ଚୋରୀ କରୁଥିବା ଲୋକଙ୍କୁ ଟ୍ରାକ କରିବ ।

LEAVE A REPLY

Please enter your comment!
Please enter your name here