ଦାବି ପୂରଣ ଲାଗି ମିଳିତ ପ୍ରାଥମିକ ଶିକ୍ଷକ ସଂଘ ପକ୍ଷରୁ ଭୁବନେଶ୍ୱରରେ ବିଶାଳ ରାଲି । ଏକାଠି ହୋଇଛନ୍ତି ହଜାର ହଜାର ପ୍ରାଥମିକ ଶିକ୍ଷକ । ପ୍ରାଥମିକ ଶିକ୍ଷାରେ ଯୁକ୍ତିଭିତ୍ତିକ ପ୍ରଥା ଉଚ୍ଛେଦ, ୨୦୦୧ରୁ ନିଯୁକ୍ତି ପାଇଥିବା ଶିକ୍ଷକମାନଙ୍କୁ ଇନକ୍ରିମଣ୍ଟ ପ୍ରଦାନ ,ପୁରୁଣା ପେନସନ ବ୍ୟବସ୍ଥା ପ୍ରଚଳନ ଦାବିରେ ପ୍ରାଥମିକ ଶିକ୍ଷକମାନେ ଭୁବନେଶ୍ୱର ଲୋୟର ପିଏମଜିରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ।
ଅନ୍ୟପଟେ ଆଜି ବିଧାନସଭା ଶୀତଅଧିବେଶନର ଚତୁର୍ଥ ଦିନରେ ବିରୋଧୀଙ୍କ ହୋହଲ୍ଲା । ପ୍ରଶ୍ନକାଳରେ ଉଠିଲା ଗାନ୍ଧି ମାର୍ଗରେ ଶିକ୍ଷକଙ୍କ ବିକ୍ଷୋଭ ପ୍ରସଙ୍ଗ । ବିଜେପି ଓ କଂଗ୍ରେସ ଏହି ପ୍ରସଙ୍ଗ ଉଠାଇବା ସହିତ ବାଚସ୍ପତିଙ୍କ ପୋଡିୟମ ତଳେ ନାରାବାଜି କରିଥିଲେ । ଫଳରେ ଦିନ ୧୧ଟା ୩୦ ପର୍ଯ୍ୟନ୍ତ ଗୃହକୁ ମୁଲତବୀ ରଖାଯାଇଥିଲା ।

LEAVE A REPLY

Please enter your comment!
Please enter your name here